Availability: In Stock

Adha Adha Nakshyatra

200.00

ଯଦି କେବେ କେଉଁଠି ମୋର କବିତାର ଧ୍ୱନି ଭିତରେ ଫୁଟିଉଠିଛି ନକ୍ଷତ୍ରଟିଏ, ପାଠକେ – ତାକୁ କେବଳ ଆକାଶର ତାରା ବୋଲି ଗ୍ରହଣକରି ନ ନେବାକୁ ମୋର ଅନୁରୋଧ । ସେ ବରଂ ମଣିଷର ଅମରତ୍ୱର ଏକ ଅନ୍ୟରୂପ, ତା’ର ଦୁଃସାହସୀ ସ୍ୱପ୍ନ, ଅସାଧାରଣ କଳ୍ପନା ଓ ତୁଙ୍ଗ ଏକ ଅଭିଳାଷ । ନହେଲେ ବା ଅନଶ୍ୱର ଭଲପାଇବାର ପ୍ରତୀକଟିଏ । ପ୍ରଚଣ୍ଡ ବସ୍ତୁବାଦର ଘୂର୍ଣ୍ଣି ଭିତରେ, ଅନ୍ଧାରର ଖଳଖଳ ପ୍ରବାହ ତଳେ ମଣିଷର ଚାଖଣ୍ଡେ ଛାତି ଭିତରେ ତା’ର ଉଦୟୋତ୍ସବ – ଅସ୍ଥିର ସମୟର ପ୍ରପାତ ଉପରେ ସେ ଏକ ସ୍ଥିରଚେତନାର ଇନ୍ଦ୍ରଧନୁ – ଯେତିକି ମନୋରମ ସେତିକି ବିସ୍ମୟକର । ତା’ର ପୂର୍ଣ୍ଣ ଆଧାର ହେବାପାଇଁ ମଣିଷର ପରିଚୟ ଯଥେଷ୍ଟ ନୁହେଁ । ମଣିଷ ହ୍ରସ୍ୱ, ତେଣୁ ସେ ଅର୍ଦ୍ଧେକର ଆଧାର ମାତ୍ର ।

ସେଥିପାଇଁ ସାଧାରଣ ଜୀବନଟିଏ ବଞ୍ଚୁଥିବା କବିର ସ୍ୱପ୍ନ ଅଧା ରହିବା ଅବଧାରିତ । ତଥାପି ସ୍ୱପ୍ନ ବରଂ ଅଧା ରହୁ, ବିଡ଼ମ୍ବିତ ନ ହେଉ ।

– ପ୍ରତିଭା ଶତପଥୀ

Category:

Description

About the Author

ସାଂପ୍ରତିକ କବିତା ବାଙ୍]ମୟରେ ବିଶିଷ୍ଟ କବି ପ୍ରତିଭା ଶତପଥୀ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଅନୁଭବର ଉଚ୍ଚାରଣକୁ ଏକାଗ୍ର ଭାବରେ କବିତାୟିତ କରିଥିବା ପ୍ରଚଣ୍ଡ କାବ୍ୟସାଧିକା ସେ । ତାଙ୍କ କବିତାର ଶବ୍ଦ ଆତ୍ମାର ଅକପଟ ଅଭିବ୍ୟକ୍ତିକୁ ସ୍ପଷ୍ଟ ଭାବରେ ଚିତ୍ରାୟିତ କରେ । କବିତା ଜରିଆରେ ସେ ଆକାଶ, ପୃଥିବୀ, ମାଟି, ବୃକ୍ଷ, ପୁଷ୍ପ, ନକ୍ଷତ୍ର, ରାତ୍ରି, ସାଗର, କାକର, ମେଘ, ମୃତ୍ୟୁ, ସଂପର୍କ, ପୂର୍ଣ୍ଣତା ଓ ଅପୂର୍ଣ୍ଣତାର ସାର୍ଥକ ଉପସ୍ଥାପିକା । ସେ ବିଚାରରେ ଗମ୍ଭୀର, ଆବେଗରେ ଛଳଛଳ, ଉଚ୍ଚାରଣରେ ଉଦାତ୍ତ ଓ ଅକୃତ୍ରିମ । ଜାତୀୟ ତଥା ମହାଭାରତୀୟ ସାହିତ୍ୟ କ୍ଷେତ୍ରରେ ଡ. ଶତପଥୀ ବ୍ୟତିକ୍ରମ ଓ ସ୍ୱତନ୍ତ୍ର । ‘ତନ୍ମୟ ଧୂଳି’ କବିତା ପୁସ୍ତକ ନିମନ୍ତେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ କବୟିତ୍ରୀ ସେ । ଡକ୍ଟର ଶତପଥୀ ଏକାଧାରରେ ଜଣେ କବି, ପ୍ରାବନ୍ଧିକ, ଭ୍ରମଣ କାହାଣୀକାର, ଜୀବନୀକାର, ଅନୁବାଦିକା, ସଂପାଦିକା ତଥା ସମାଲୋଚିକା । କବିତା କ୍ଷେତ୍ରରେ ‘ଅସ୍ତଜହ୍ନର ଏଲିଜି’ (୧୯୬୯), ‘ଗ୍ରସ୍ତ ସମୟ’ (୧୯୭୪) ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ ସୃଷ୍ଟି । ଏ ସମସ୍ତ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର, କର୍ଣ୍ଣାଟକର ଏନ୍].ଏନ୍].ଥିରୁମଲାମ୍ବା ଜାତୀୟ ପୁରସ୍କାର, କବୀର ସମ୍ମାନ ଇତ୍ୟାଦି ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 27 November 2023
  • Language ‏ : ‎ Oriya
  • Print length ‏ : ‎ 136 pages
  • ISBN-10 ‏ : ‎ 1645604845
  • ISBN-13 ‏ : ‎ 978-1645604846
  • Item Weight ‏ : ‎ 181 g
  • Dimensions ‏ : ‎ 13.97 x 0.81 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback