Availability: In Stock

Abyakta Akshara

Author: Amrit Ruturaj

200.00

‘ଅବ୍ୟକ୍ତ ଅକ୍ଷର’ ସୁଖ-ଦୁଃଖ, ଏକେଲାପଣ ଓ ଅନ୍ତରାତ୍ମାର ତୃପ୍ତି ଭିତରେ ଯେଉଁ ଧୂସର କୋଠରୀ ସବୁ ରହିଛି, ସେଇ ସ୍ଥାନରେ ଏଣେତେଣେ ଘୂରିବୁଲନ୍ତି । ଏଇ ଅକ୍ଷର ମାନଙ୍କର ଅସହାୟତାପଣ ଏହିକି ଯେ, ସେମାନେ ଶବ୍ଦ ତିଆରି କରିପାରିନାହାଁନ୍ତି । ସେମାନେ କାଳିରେ ଉତ୍ତାରି ହୋଇନାହାଁନ୍ତି । କିନ୍ତୁ ସେ ଅକ୍ଷର ସବୁର ମହତ୍ତ୍ୱ ମାପିପାରିବା ବହୁତ କଷ୍ଟକର ବ୍ୟପାର । ପୁସ୍ତକରେ ସ୍ଥାନିତ କବିତାଗୁଡ଼ିକ କୌଣସି ବିପ୍ଳବର ଉପୋଦ୍]ଘାତ କରିବା ପାଇଁ କିମ୍ବା ଭଙ୍ଗା ହୃଦୟକୁ ଆହୁରି ଭାଙ୍ଗିବାକୁ ପ୍ରଣୋଦିତ ନୁହଁନ୍ତି । ସମସ୍ତ କବିତାର ଉଦ୍ଦେଶ୍ୟ ହେଲା ମନର ସଂଗୁପ୍ତ କୋଣରେ ହାଲିଆ ହେଇ ବିଶ୍ରାମ ନେଉଥିବା ମାନବୀୟ ସମ୍ବେଦନଶୀଳତାକୁ ଟିକିଏ ଉଜାଗର କରିବା । ପ୍ରାଚୁର୍ଯ୍ୟର ବିସ୍ତାରୀକରଣ ଭିତରେ, ଉପଭୋକ୍ତାବାଦର ଜୟଜୟ ଧ୍ୱନି ଭିତରେ ଅସହାୟ ପ୍ରାଣକୁ ଆମେ ଟିକେ ଅନେଇବା । ତା’ପରେ ବ୍ୟଥିତ ହେବେ କି ବିପ୍ଲବ କରିବେ କି ପରିବର୍ତ୍ତନର ଧ୍ୱନିକୁ ଶାଣିତ କରିବେ, ସେ ସବୁ ଶୂନ୍ୟସ୍ଥାନ ପୂରଣ କରିବା ପାଠକମାନଙ୍କର ସ୍ୱାଧୀନଚେତା ମନୋଭାବ ଏବଂ ସ୍ପର୍ଶକାତରତା ଉପରେ ନିର୍ଭରଶୀଳ । ସେଇ ଶୂନ୍ୟସ୍ଥାନମାନଙ୍କରେ ଅବ୍ୟକ୍ତ ଅକ୍ଷରଗୁଡ଼ିକର ପ୍ରତିଧ୍ୱନି ନିଶ୍ଚେ ଶୁଭିବ ଓ ଏହି କବିତାମାନଙ୍କରେ ବିଜ୍ଞାନ ପ୍ରତି କିଛି ଅବିଚାର ହୋଇଥାଇପାରେ । ସାତଭାୟାର ଝାଉଁବଣ ସ୍ମୃତି ରୋମନ୍ଥନ କରିବା, ବିଦ୍ୟାଳୟ ବାରଣ୍ଡା ଦୁଃଖରେ ମ୍ରିୟମାଣ ହେବା କିମ୍ବା ‘ଗୁଳି’ ବ୍ୟଥିତ ହୃଦୟ ଧରି କାନ୍ଦିବା ଏ କବିତାର ଅକ୍ଷରମାନେ ଧୃଷ୍ଟତା ସହ ବ୍ୟକ୍ତ କରିଛନ୍ତି । ଅନ୍ତରର ଅକ୍ଷରଗୁଡ଼ିକର ଗତି ରେଖାଙ୍କିତ ନଥାଏ । ସେମାନେ ଘୂରିବୁଲିବେ ଓ ତା’ଙ୍କୁ ଏକାଠି କରି ସମ୍ବେଦନଶୀଳତାର କିଛି ଫର୍ଦ୍ଦ ଏ କବିତାଗୁଡ଼ିକରେ ଯୋଡି ହୋଇଯାଇଛି । ତେବେ ଯାହା ଅବ୍ୟକ୍ତ ରହିଗଲା, ତାହା ଧୂସର ହଁ ଦିଶିବ ଓ ଏଥିରେ କାହାକୁ ଆକ୍ଷେପ, ପ୍ରତିଆକ୍ଷେପ ବା ଆକ୍ରୋଶ ଅଜାଡିଦେବା ପାଇଁ ଗୋଟିଏ ଅକ୍ଷର ବି ଅପଚୟ କରାହେଇନପାରିବେ ।

Category:

Description

About the Author

Amrit Ruturaj (born 10th May 1992) has spent his childhood in different places of undivided Koraput and then completed his Graduation and Post-Graduation in Political Science from Ravenshaw University and JNU respectively. He got into Indian Administrative Service in 2015 in Odisha Cadre. ‘Abyakta Akhyara’ is his first poetry collection of thirty-three soulful poems. They uncover the contours of human sensibilities, inevitability of death, naked facets of humanism, internal voices of living, non-living beings, subaltern realism with a strong sense of compassion reflected in all the poems. With some heart wrenching imagination and incidents, the words revolve around wounds that require healing, tears that require consolation, voices that require space. The poems depict an attempt towards liberation from anything that binds the mind and soul.

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 19 April 2023
  • Language ‏ : ‎ Oriya
  • Print length ‏ : ‎ 130 pages
  • ISBN-10 ‏ : ‎ 1645603733
  • ISBN-13 ‏ : ‎ 978-1645603733
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.79 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback