Availability: In Stock

Bhagabata Charcha

Author: Kalpataru Nayak

220.00

ଭାଗବତ ହେଉଛି ଭାବର ବିଷୟ । ଓଡ଼ିଆ ଭାବେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଭାଗବତ ବିଷୟରେ ଜାଣିନାହିଁ । ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ସମସ୍ତଙ୍କ ମୁଖରେ ଭାଗବତର ବାସ ।

ଭାଗବତ ଦେବତା ସ୍ୱୟଂ । ସେ ଗାଦିଗୋସାଇଁ । ଏଣୁ ତାଙ୍କ ପାଇଁ ଗାଁ ଗାଁରେ ତୋଳା ହୋଇଛି ଭାଗବତ ଘର । ଓଡ଼ିଶାର ପୂର୍ବଞ୍ଚଳରେ ଏହା ‘ଭାଗବତ ଟୁଙ୍ଗୀ’ ଏବଂ ପଶ୍ଚିମାଞ୍ଚଳରେ ‘ଗୁଢ଼ିଘର’ ନାମରେ ପରିଚିତ । ଏହା ନ୍ୟାୟାଳୟ, ମନ୍ଦିର, ଅତିଥି ଗୃହ, ସୂଚନା କେନ୍ଦ୍ର, ଶିକ୍ଷାକେନ୍ଦ୍ର ଆଦିର ପରିଚୟ ପାଇଛି ।

ଏହି ପୁସ୍ତକରେ ଭାଗବତ ସମ୍ୱନ୍ଧରେ ରଚିତ ଦଶଗୋଟି ପ୍ରବନ୍ଧ ସ୍ଥାନ ପାଇଛି । ଆଲୋଚନା ଦୃଷ୍ଟିରୁ ଏହାକୁ ତିନୋଟି ପରିଚ୍ଛେଦରେ ବିଭକ୍ତ କରାଯାଇଛି । ପ୍ରଥମ ପରିଚ୍ଛେଦରେ ଭାଗବତର ସାଂସ୍କୃତିକ ଓ ସାହିତ୍ୟିକ ମୂଲ୍ୟାୟନ, ଦ୍ୱିତୀୟ ପରିଚ୍ଛେଦରେ ଭାଗବତର ଭାଷାତାତ୍ତ୍ୱିକ ମୂଲ୍ୟାୟନ ଏବଂ ତୃତୀୟ ପରିଚ୍ଛେଦରେ ଭାଗବତର ତୁଳନାତ୍ମକ ଅଧ୍ୟୟନ ସ୍ଥାନ ପାଇଛି ।

Category:

Description

About the Author

ଡକ୍ଟର କଳ୍ପତରୁ ନାୟକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଜଣେ ବରିଷ୍ଠ ଗବେଷକ । ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ କଳାବିଭୂଷଣ ଉପାଧି ଲାଭ କରିଛନ୍ତି । ଅଧୁନା ସେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ଓଡ଼ିଆ ବିଷୟକ ଓଡ଼ିଶା ଶିକ୍ଷାସେବା (ପର୍ଯ୍ୟାୟ-୧) (ଙଋଝ-ଝଗ୍ଧବଶର-୧) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ବୌଦ୍ଧର ଓଡ଼ିଆ ବିଭାଗରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ । ତାଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକର ନାମ – ଭାଗବତର ଭାଷା ବିଶ୍ଳେଷଣ, ବରରୁଚିଙ୍କ ପ୍ରାକୃତ ପ୍ରକାଶ(ସଂ), ଓଡ଼ିଆ ଭାଷାର ମୂଳ ପ୍ରାକୃତ ଭାଷା । ଭାଗବତ ଚର୍ଚ୍ଚା ପୁସ୍ତକଟି ତାଙ୍କର ନୂତନ ଗବେଷଣାଧର୍ମୀ ସମାଲୋଚନା ପୁସ୍ତକ । ଓଡ଼ିଆ ସମାଲୋଚନା କ୍ଷେତ୍ରକୁ ଏହି ପୁସ୍ତକଟି ସମୃଦ୍ଧ କରିବା ସହ ପାଠକୀୟ ଶ୍ରଦ୍ଧାଲାଭ କରିବ ବୋଲି ଲେଖକଙ୍କର ଆଶା ଓ ବିଶ୍ୱାସ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 8 January 2026
  • Language ‏ : ‎ Oriya
  • Print length ‏ : ‎ 144 pages
  • ISBN-10 ‏ : ‎ 1645608204
  • ISBN-13 ‏ : ‎ 978-1645608202
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.86 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia