Availability: In Stock

Sanskaradharmi Odia Nataka: Prak-Swadhinata Kala

500.00

ପ୍ରାକ୍]-ସ୍ୱାଧୀନତା କାଳରେ ରଚିତ ସାମାଜିକ ଓଡ଼ିଆ ନାଟକ ଯେଭଳି ସମାଜର ଚିତ୍ର ବହନ କରିଛି ତାହା ଗ୍ରନ୍ଥଟିରେ ସୂଚିତ ହୋଇଛି । ଓଡ଼ିଆ ସାହିତ୍ୟରେ ପ୍ରଥମ ନାଟକ ରଚନା ହେବା ବେଳକୁ ସମାଜରେ ପୂରି ରହିଥିଲା ଅନ୍ଧବିଶ୍ୱାସ ଓ କୁସଂସ୍କାର । ତତ୍କାଳୀନ ନବ୍ୟ ଶିକ୍ଷିତ ସଂପ୍ରଦାୟ ଉକ୍ତ ପ୍ରଥାର ମୂଳୋତ୍ପାଟନ ନିମନ୍ତେ ଆଗେଇ ଆସିଥିଲା । ଊନବିଂଶ ଶତକର ସାମାଜିକ ଆନ୍ଦୋଳନକୁ ସ୍ୱାଗତ କରିବା ସହିତ ସୁସ୍ଥ ସମାଜର ପ୍ରତିଷ୍ଠା ନିମନ୍ତେ ଆହ୍ୱାନ ଦେଇଥିଲା । ମାତ୍ର ବିଜାତୀୟ ସଂସ୍କୃତି ତଥା ରୀତିନୀତିର ଆଦର କରି ହୋଇଥିଲା ସମାଲୋଚିତ । ପରିଶେଷରେ ଶିକ୍ଷିତମାନେ ଆଦର୍ଶବାଦକୁ ଆପଣାର କରି ସମାଜ ସଂସ୍କାର କର୍ମରେ ବ୍ରତୀ ହୋଇଥିଲେ । କ୍ରମେ ଗାନ୍ଧି ଓ ମାର୍କସ୍]ଙ୍କ ଦର୍ଶନ ପ୍ରବେଶ କରି ସମାଜ ସଂସ୍କାର ସ୍ୱରକୁ ବଳିଷ୍ଠ ରୂପ ଦେଇଥିଲା । ପ୍ରାକ୍]-ସ୍ୱାଧୀନତା କାଳୀନ ଓଡ଼ିଆ ନାଟକ ସାମାଜର ବାର୍ତ୍ତାବହ ହୋଇ ଉକ୍ତ ପ୍ରସଙ୍ଗଗୁଡ଼ିକୁ ଯେଭଳି ଉପସ୍ଥାପନ କରିଛି ଓ ସମାଜ ସଂସ୍କାରର ବିବିଧ ଦିଗ ଉପରେ ଆଲୋକପାତ କରିଛି ସେ ସମସ୍ତ ବିଷୟ ବିଶଦ ଭାବରେ ଏହି ଗ୍ରନ୍ଥରେ ଆଲୋଚିତ । ପୁଣି ସ୍ୱାଧୀନତା ପୂର୍ବବର୍ତ୍ତୀ କାଳୀନ ସଂସ୍କାରଧର୍ମୀ ଓଡ଼ିଆ ନାଟକଗୁଡ଼ିକର ଶିଳ୍ପମୂଲ୍ୟ ସଂପର୍କିତ ଆଲୋଚନା ମଧ୍ୟ ଗ୍ରନ୍ଥଟିର ଗୁଣାତ୍ମକ ମାନବୃଦ୍ଧି ଘଟାଇଛି । ଏହି ପୁସ୍ତକଟି ଡକ୍ଟର ଅନିଲ୍ କୁମାର ନନ୍ଦଙ୍କ ସ୍ରଷ୍ଟା ପ୍ରାଣର ପ୍ରଥମ ଉପହାର ଏବଂ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ।

Category:

Description

About the Author

ଡକ୍ଟର ଅନିଲ୍ କୁମାର ନନ୍ଦ ଆଧୁନିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ନମ୍ର ଉଚ୍ଚାରଣ । ଅନୁସନ୍ଧିତ୍ସା ହିଁ ତାଙ୍କ ସ୍ରଷ୍ଟା ଜୀବନର ବ୍ରତ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ନଦୀ ପରିବେଷ୍ଟିତ କଳମଡା ଶାସନ ଗ୍ରାମରେ ୧୯୭୫ ମସିହାରେ ତାଙ୍କର ଜନ୍ମ । ଅସୀମ ଜିଜ୍ଞାସା, ଗଭୀର ଉପଲବ୍ଧି ଏବଂ ନୂତନ ଦୃଷ୍ଟିଭଙ୍ଗୀର ଆରୋପ ହିଁ ତାଙ୍କ ସୃଷ୍ଟିର ସ୍ୱାତନ୍ତ୍ର]୍ୟ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ସ୍ୱନାମଧନ୍ୟ । ଡକ୍ଟର ଅନିଲ୍ କୁମାର ନନ୍ଦଙ୍କ ସୁଚିନ୍ତିତ ଓ ଗବେଷଣାଧର୍ମୀ ଚିନ୍ତାଧାରା ପ୍ରସୂତ ଗ୍ରନ୍ଥ ହେଉଛି ‘ସଂସ୍କାରଧର୍ମୀ ଓଡ଼ିଆ ନାଟକ’ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 18 July 2023
  • Language ‏ : ‎ Oriya
  • Print length ‏ : ‎ 438 pages
  • ISBN-10 ‏ : ‎ 1645604225
  • ISBN-13 ‏ : ‎ 978-1645604228
  • Item Weight ‏ : ‎ 553 g
  • Dimensions ‏ : ‎ 13.97 x 2.46 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Additional information

book-author