Availability: In Stock

24ti Bharatiya Bhashara Nirbachita Galpa Sankalana

260.00

ଭାରତ ଏକ ଭାଷା ବହୁଳ ଦେଶ । ପ୍ରତ୍ୟେକ ରାଜ୍ୟର ଭାଷାରେ ନିଜ ନିଜର ସ୍ୱତନ୍ତ୍ରତା ରହିଛି । ପ୍ରତ୍ୟେକଙ୍କର ସାମାଜିକ, ସାଂସ୍କୃତିକ ବୈଚିତ୍ରତା ରହିଛି । ବିଭିନ୍ନ ଭାଷାଭାଷି ଲେଖକମାନଙ୍କର ଭିନ୍ନ ଭିନ୍ନ ଚିନ୍ତାଧାରା ଥିବା ଏବଂ ସମାଜକୁ ଦିଗ୍]ଦର୍ଶନ ଦେଉଥିବା ଗଳ୍ପଗୁଡ଼ିକ ପଢ଼ି ଓଡ଼ିଆରେ ଅନୁବାଦ କରି ଆମ ପାଠକମାନଙ୍କ ପାଖରେ ପହଞ୍ଚେଇବା ମୋର ଲକ୍ଷ । ଏହାଦ୍ୱାରା ଆମ ଓଡ଼ିଆ ସାହିତ୍ୟ ବିସ୍ତୃତ ଏବଂ ସମୃଦ୍ଧ ହେବ ବୋଲି ମୋର ବିଶ୍ୱାସ । ଅନୁବାଦ ସାହତ୍ୟ ଆମର ଦୃଷ୍ଟିକୋଣ ପ୍ରସାରିତ କରିଥାଏ । ଅନ୍ୟ ଭାଷାଭାଷି ସମାଜ ଓ ସଂସ୍କୃତି ସହିତ ପରିଚିତ କରାଇଥାଏ । ତେଣୁ ମୁଁ ଅନୁବାଦ ସାହିତ୍ୟକୁ ଗୁରୁତ୍ୱ ଦେଇଥାଏ । ଏହି ପୁସ୍ତକଟିରେ ଥିବା ଗଳ୍ପଗୁଡ଼ିକ ପାଠକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶାକରେ । — କନକ ମଞ୍ଜରୀ ସାହୁ

Categories: ,

Description

About the Author

ଓଡ଼ିଆ ସାହିତ୍ୟ ବିଶେଷତଃ ଅନୁବାଦ କ୍ଷେତ୍ରରେ କନକ ମଞ୍ଜରୀ ସାହୁ ଏକ ଶ୍ରଦ୍ଧାସ୍ପଦ ନାମ । ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ଧରି ମୌଳିକ ଗଳ୍ପ, କବିତା, ପ୍ରବନ୍ଧ ଏବଂ ଭ୍ରମଣ କାହାଣୀ ଲେଖିବା ସହିତ ଅନୁସୃଜନ କର୍ମରେ ନିମଗ୍ନ ରହି ସେ ତାଙ୍କ ନିପୁଣତା ପ୍ରଦର୍ଶନ କରି ଚାଲିଛନ୍ତି । ମୌଳିକ ଗଳ୍ପ ପୁସ୍ତକ ‘ଅସ୍ତରାଗ’ ଏବଂ ‘ନିସ୍ତବ୍ଧ ପୃଥିବୀ’ ସହିତ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ‘ଆବୁ ଖାଁର ଛେଳି’, ବଙ୍ଗଳା ଭାଷାରୁ ‘ଲାଲ୍ ଦଉଡ଼ି ଓ ଅନ୍ୟାନ୍ୟ କାହାଣୀ’, ହିନ୍ଦୀରୁ ‘କାଠଘର ଓ ଅନ୍ୟାନ୍ୟ ଗଳ୍ପ’, ନିର୍ବାଚିତ ଗଳ୍ପ ସଙ୍କଳନ ‘ଆଖିର ପରିଭାଷା’, ଅନୁବାଦ ଭ୍ରମଣ କାହାଣୀ ‘ଚୀନ୍]ରେ ସାତ ଦିନ’ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ‘ଲଘୁକଥା ସଂଗ୍ରହ’, ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ‘ଦେଶ ବିଦେଶର ଲୋକକଥା’, ‘ନେପାଳୀ ସାହିତ୍ୟର ନିର୍ବାଚିତ କାହାଣୀ’ ସଂସ୍କୃତର କାଳଜୟୀ ଗଳ୍ପ ‘ବତ୍ରିଶ ସିଂହାସନ କଥା’ ଇତ୍ୟାଦି ତାଙ୍କ ଉଲ୍ଲେଖନୀୟ କୃତି ।ତାଙ୍କ ସାରସ୍ୱତ ପ୍ରତିଭାର ସ୍ୱୀକୃତିସ୍ୱରୂପ ସେ ପାଇଛନ୍ତି କାଠମାଣ୍ଡୁ(ନେପାଳ)ରୁ ଡଟର ଅଫ୍ ହିମାଳୟ ସମ୍ମାନ, ବେଜିଂ (ଚୀନ୍]) ରୁ ସୃଜନଗାଥା ଅନୁବାଦ ସମ୍ମାନ, କଲୋମ୍ବା (ଶ୍ରୀଲଙ୍କା) ରୁ ସୃଜନସମ୍ମାନ ଡ଼ଟ୍ କମ୍ ଦ୍ୱାରା ଅନୁବାଦ ପୁରସ୍କାର, ଭୁବନେଶ୍ୱର ପୁସ୍ତକ ମେଳା ଶିଶୁ ସାହିତ୍ୟ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ଅନୁବାଦ ପୁରସ୍କାର,ଏକାମ୍ର ପୁସ୍ତକ ମେଳା ଅନୁବାଦ ପୁରସ୍କାର, ଝଙ୍କାର ଅନୁବାଦ ପୁରସ୍କାର, ଲେଖିକା ସଂସଦ ଅନୁବାଦ ପୁରସ୍କାର ଏମିତି ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହୋଇଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 6 October 2024
  • Language ‏ : ‎ Oriya
  • Print length ‏ : ‎ 186 pages
  • ISBN-10 ‏ : ‎ 1645605841
  • ISBN-13 ‏ : ‎ 978-1645605843
  • Item Weight ‏ : ‎ 240 g
  • Dimensions ‏ : ‎ 13.97 x 1.09 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback