Availability: In Stock
Jibana Gapara Gopara Poka
₹230.00
ଜୀବନର ଅନେକ ଗୁଡ଼ିଏ ବାଟ ଅଙ୍କାବଙ୍କା ରାସ୍ତା ଦେଇ ଆସିବା ପରେ ସିଏ ଏବେ ବୁଝି ପାରୁଛନ୍ତି, କେହିବି ମଣିଷ ଯଦିଓ ସ୍ୱୟଂସମ୍ପୂର୍ଣ୍ଣ ନୁହଁ କିନ୍ତୁ ଅନ୍ୟଠାରୁ ତାହା ଆଶା କରେ । ଆଉ ସେଇ ଆଶା ପୂରଣ ପାଇଁ ଅନ୍ୟକୁ ହନ୍ତସନ୍ତ କରେ । ଦୁନିଆରେ ବୋଧେ ସମସ୍ତେ ପ୍ରଭୁତ୍ୱ ବିସ୍ତାର ପାଇଁ ନିଜ ଆତ୍ମାକୁ ମାରି ଅନ୍ୟ ଉପରେ ବିଜୟ ଲାଭ କରିବାକୁ ଚେଷ୍ଟା କରନ୍ତି । ଆଉ ସେଇ ଅନ୍ୟ ଜଣକ ଶାନ୍ତି, ଶୃଙ୍ଖଳା, ପ୍ରେମ, ସୌହାଦ୍ର୍ଧ୍ୟ ରାକ୍ଷା କରିବାକୁ ଯାଇ ନିଜ ହୃଦୟକୁ ପରାଧିନ କରିଦିଏ ଅବା ମାରିଦିଏ । ଏହା ତା’ର କ’ଣ ଏତେ ବଡ଼ ଦୋଷ?
ସୁରଭିଙ୍କୁ ଲାଗୁଥିଲା ସତେ ଯେପରି ସିଏ ଗୋଟେ ଗୋବର ପୋକ । ଅନ୍ୟର ଆଶା ପୂରଣ ପାଇଁ ତାଙ୍କୁ ମରା ଯାଉଛି । ତାହାହେଲେ ସଂସାର ଭିତରେ ତାଙ୍କ ପରି ଆହୁରି ଅନେକ ଗୋବର ପୋକ ତ ନିଶ୍ଚିତ ଥିବେ । ଆଜି ଦିନବେଳେ ଭେଟିଥିବା ସାଙ୍ଗମାନଙ୍କ ଭିତରୁ ମଧ୍ୟ ତାଙ୍କ ପରି ଗୋବରପୋକ ହୁଏତ କିଏ ଥିବେ । ସୁରଭି ଆଶ୍ଚର୍ଯ୍ୟ ହେଉଥିଲେ, ‘ଲିତୁନ୍ ଏଡ଼େ ବକଟେ ପିଲା ହୋଇ କ’ଣ କିଛି ମଣିଷ ଗୋବର ପୋକ ବୋଲି ବେଶ୍ ଚିହ୍ନି ପାରିଛି!’ ଲିତୁନ୍ ମୁହଁ ସୁରଭିଙ୍କ ଆଖି ଆଗରେ ନାଚି ଉଠିଲା । ତା’ ମୁହଁ ଆଉ ସରଳ ନିରୀହ ଦିଶୁ ନଥିଲା । କୋଟି ସୂର୍ଯ୍ୟର ଆଲୋକରେ ଝଲସୁଥିବା ଠାକୁରଙ୍କ ବିଶ୍ୱରୂପ ପରି ଦିଶୁଥିଲା ।
The collection has eighteen heart-touching stories.