Description
About the Author
ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଆଧୁନିକ ଓଡ଼ିଆ ଭାଷା-ସାହିତ୍ୟକୁ ନିଜର ବଳିଷ୍ଠ ସାରସ୍ୱତ କର୍ମ ମାଧ୍ୟମରେ ଋଦ୍ଧିମନ୍ତ କରିଥିବା ଜଣେ ଯଶସ୍ୱୀ ସାହିତ୍ୟିକ । କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ସେ ଭୂମିଷ୍ଠ ହୋଇଥିଲେ । ସେ ଏକାଧାରରେ ଜଣେ କବି, କଥାକାର, ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ, ଭାଷାବିଦ୍], ସଂପାଦକ ତଥା ଜୀବନୀକାର । କଥାସମ୍ରାଟ ଫକୀରମୋହନ ସେନାପତିଙ୍କର ରମ୍ୟରଚନା ଶୈଳୀର ସେ ସଚ୍ଚା ଉତ୍ତରଦାୟାଦ । ରମ୍ୟ ରଚନା କ୍ଷେତ୍ରରେ ‘ଭାଗବତ ଟୁଙ୍ଗିରେ ସନ୍ଧ୍ୟା’ (୧୯୦୩), ‘ବାଈନାନୀଙ୍କ ବୁଜୁଳି’ (୧୯୨୩), ‘ଦୁନିଆର ହାଲ୍]’ (୧୯୫୨), ‘ଆମ ଘରର ହାଲ୍]ଚାଲ’ (୧୯୭୧) ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଓଡ଼ିଆ ଜାତିର ଅସ୍ମିତା ପ୍ରତିଷ୍ଠା କ୍ଷେତ୍ରରେ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ (୧୯୩୧-୪୦) ଶ୍ରୀ ପ୍ରହରାଜଙ୍କର କାଳଜୟୀ ସୃଷ୍ଟି । ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ‘ଉତ୍କଳ କାହାଣୀ’ (୧୯୦୧) ଓଡ଼ିଆ ଲୋକସାହିତ୍ୟ ଇତିହାସରେ ଏକ ଆଲୋକବର୍ତ୍ତିକା । ପ୍ରକୃତପକ୍ଷେ ସେ ଥିଲେ ଓଡ଼ିଆ ଭାଷା-ସାହିତ୍ୟର ଯଥାର୍ଥ ପ୍ରହରୀ ।
Product details
- Publisher : Black Eagle Books
- Publication date : 4 June 2023
- Language : Oriya
- Print length : 138 pages
- ISBN-10 : 1645604063
- ISBN-13 : 978-1645604068
- Item Weight : 181 g
- Dimensions : 13.97 x 0.81 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





