Availability: In Stock
Binapani Mohanty Nirbachita Galpa
₹330.00
● ବୀଣାପାଣିଙ୍କ ଗଳ୍ପଗୁଡ଼ିକ ଅଧିକାଂଶରେ ସମସ୍ୟାଧର୍ମୀ; ମାତ୍ର ତାହା ଚିରକାଳ ମନୁଷ୍ୟ ଆତ୍ମାକୁ ପ୍ରକଟନ କରିଛି। ତାଙ୍କ ଗଳ୍ପଗୁଡ଼ିକ ପ୍ରଭାବ ଓ ଆବେଦନ ଦୃଷ୍ଟିରୁ ଅଧିକ ଚେଖଭୀୟ। ଜୀବନପ୍ରବୃତ୍ତି ଭିତରେ ତାଙ୍କ ଗଳ୍ପର ଚରିତ୍ର ସବୁ ଅଧିକ ଜୀବନ୍ତ। ଜୀବନପ୍ରବୃତ୍ତି ହେଉଛି ପ୍ରାଣସ୍ପନ୍ଦନର ମୂଳାଧାର, ଯାହାକୁ ଗାଳ୍ପିକା(ବୀଣାପାଣି ମହାନ୍ତି) ଆନ୍ତରିକତାର ସହିତ ଗଳ୍ପାୟିତ କରିଛନ୍ତି। – ଆଦିକନ୍ଦ ସାହୁ, ବୀଣାପାଣି ମହାନ୍ତି ଗଳ୍ପସମଗ୍ର, ପ୍ରଥମ ଭାଗ ● ବୀଣାପାଣିଙ୍କ ବିପୁଳ ସାରସ୍ୱତ ସୃଷ୍ଟି ମଧ୍ୟରେ ରହିଛି ନିବିଡ଼ ବିଶ୍ୱାସବୋଧ ଓ ଆଶାବାଦୀ। ସମସାମୟିକ ସମାଜ ଜୀବନରୁ ସେ କଥାବସ୍ତୁ ସଂଗ୍ରହ କରିଛନ୍ତି ଓ ସେସବୁକୁ ନେଇ ତାଙ୍କ ସାହିତ୍ୟର ଭିତ୍ତିଭୂମି ନିର୍ମାଣ କରିଛନ୍ତି। ବିଶେଷତଃ ନାରୀ ଚରିତ୍ରର ବୈଚିତ୍ର୍ୟ ଓ ବୈଶିଷ୍ଟ୍ୟ ପ୍ରଦର୍ଶନରେ ତାଙ୍କ(ବୀଣାପାଣିଙ୍କ) କଥାସାହିତ୍ୟ ସୌନ୍ଦର୍ଯ୍ୟପୂର୍ଣ୍ଣ ହୋଇଛି। – ବିଜୟାନନ୍ଦ ସିଂହ, କଥାଶିଳ୍ପୀ ବୀଣାପାଣି: ଉତ୍କଳ ସାହିତ୍ୟ ସମାଜ, ୨୦୧୫