Availability: In Stock

Shistachara

Author: Bigyani Das

250.00

ଶିଷ୍ଟାଚାର ବା ଆଚରଣ ବିଦ୍ଧି ଭାରତୀୟ ସଂସ୍କୃତିର ମେରୁଦଣ୍ଡ । ସମାଜରେ ବିଭିନ୍ନ ପାରମ୍ପରିକ କାର୍ଯ୍ୟକଳାପରେ କେମିତି ଆଚରଣ କରାଯିବ, ସେ ସମ୍ୱନ୍ଧରେ କିଛିଟା ସାମାଜିକ ନିୟମ ରହିଛି । ସେସବୁ ନିୟମ ଏକ ସୁସ୍ଥ ସମାଜକୁ ପରିକଳ୍ପନା କରି ନିର୍ଦ୍ଧାରଣ କରାଯାଇଛି । ଯଦିଓ, କେତେଗୁଡ଼ଦ୍ଦ଼ିଏ ଆଚରଣ ବିଧି ପୁରୁଷକୈନ୍ଦ୍ରିକ ଓ ପୁରୁଷକୁ ନାରୀ ତୁଳନାରେ ଅଧିକ ସ୍ୱାଧୀନତା ଦେଇ ସ୍ଥିରୀକୃତ, ତେବେ ବର୍ତ୍ତମାନର ସମାଜରେ ସେସବୁ ତାରତମ୍ୟ କିଛି ପରିମାଣରେ ଦୂରୀଭୂତ ହୋଇଛି ।

ଆମ ଓଡ଼଼ିଆ ପରିବାରରେ କେଉଁ ସ୍ଥାନରେ କିଭଳି ଆଚରଣ କରିବା ଉଚିତ, ସେସବୁ ଲିଖିତ ନହେଲେ ବି ଦେଖିଶୁଣି ସମସ୍ତେ ଶିଖିଯାଆନ୍ତି ।

ଆମେରିକା ଭଳି ପାଶ୍ଚାତ୍ୟ ସମାଜରେ ଭାରତୀୟ ଶିଷ୍ଟାଚାର ଏକାଭଳି ପାଳିତ ନହେଲେ ମଧ୍ୟ, କେତେକ ଶିଷ୍ଟାଚାରର ଚଳଣି ଅଛି । ବିଶିଷ୍ଟ ସମୟର ବେଶ, ପୋଷାକ, ଆତିଥେୟତା, କଥାବାର୍ତ୍ତା, ବ୍ୟବସାୟିକ ବେଶଭୂଷା, ଭୋଜନ ଶୈଳୀ, ସ୍ୱାଗତ, ବିଦାୟ ଇତ୍ୟାଦି ସମୟର ଔପଚାରିକତା ସମସ୍ତେ ପାଳନ କରିଥାନ୍ତି । ଏସବୁ ପାଳନ ନକଲେ, ସେମାନଙ୍କୁ ମଧ୍ୟ ତାଙ୍କ ସମାଜରେ ନିନ୍ଦା କରାଯାଏ ।

Category:

Description

About the Author

ଡକ୍ଟର ବିଜ୍ଞାନୀ ଦାସ ଜଣେ ଗାଣିତିକ ବିଜ୍ଞାନୀ (ମାଥ୍]ମେଟିକାଲ୍ ସାଇଣ୍ଟିଷ୍ଟ୍]) ଓ ସଂପ୍ରତି ନୋଆ (ନେସ୍]ନାଲ୍ ଓସେନିକ୍ ଆଣ୍ଡ୍ ଆଟମୋସ୍ଫେରିକ ଆଡ୍]ମିନିଷ୍ଟ୍ରେସନ୍])ରେ କାମ କରନ୍ତି । ୧୯୮୪ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗଣିତରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ନାତକୋତ୍ତର ଡିଗ୍ରୀରେ ସ୍ୱର୍ଣ୍ଣପଦକ ପ୍ରାପ୍ତ କରିଥିଲେ ।ଏଇ ଗଳ୍ପ ସଙ୍କଳନଟି ଡକ୍ଟଋ୍ ବିଜ୍ଞାନୀ ଦାସଙ୍କର ଅଷ୍ଟମ ଗଳ୍ପ ସଙ୍କଳନ ଓ ଦଶମ ପ୍ରକାଶିତ ପୁସ୍ତକ । ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ “ସଂପର୍କ” ୨୦୦୧ରେ, ଦ୍ୱିତୀୟ ଗଳ୍ପ ସଙ୍କଳନ “ରହସ୍ୟ” ୨୦୧୩ରେ, ତୃତୀୟ ଗଳ୍ପ ସଙ୍କଳନ “ଅଣାୟତ ଭାଗ୍ୟ” ୨୦୧୭ରେ, ଚତୁର୍ଥ ଗଳ୍ପ ସଙ୍କଳନ “ମାନିଲେ ଦେବତା” ୨୦୧୯ରେ, ପଞ୍ଚମ ଗଳ୍ପ ସଙ୍କଳନ “ବଦଳି ଯାଉଥିବା ପୃଥିବୀ” ଓ ଷଷ୍ଠ ଗଳ୍ପ ସଙ୍କଳନ “ବିଚିତ୍ର ମନ” ୨୦୨୨ରେ ଓ ସପ୍ତମ ଗଳ୍ପ ସଙ୍କଳନ “ଈଶ୍ୱରଙ୍କ ହସ” ୨୦୨୩ରେ ପ୍ରକାଶିତ ହୋଇଛି । ତାଙ୍କ କବିତା ସଙ୍କଳନ “ସଂପର୍କର ସେତୁ” ୨୦୧୫ରେ ପ୍ରକାଶିତ ହୋଇଛି ଓ ଉପନ୍ୟାସ “ବସନ୍ତ ପଲ୍ଲବୀ” ୨୦୧୮ରେ ପ୍ରକାଶିତ ହୋଇଛି । ଏତଦ୍]ବ୍ୟତୀତ ସେ ଦୁଇଟି ସଙ୍ଗୀତ କ୍ୟାସେଟ୍], “ମନତରଙ୍ଗ” ଓ “କୁସୁମାଞ୍ଜଳି”ର ଲିରିସିଷ୍ଟ୍ ।ଡକ୍ଟର ବିଜ୍ଞାନୀ ଦାସଙ୍କର ଗଳ୍ପ ସବୁ କଳ୍ପନାର କାହାଣୀ ହେଲେ ବି ଅନେକଟା ତାଙ୍କର ପ୍ରବାସୀ ଜୀବନର ଅଭିଜ୍ଞତା ଉପରେ ଆଧାରିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 13 June 2024
  • Language ‏ : ‎ Oriya
  • Print length ‏ : ‎ 176 pages
  • ISBN-10 ‏ : ‎ 1645602818
  • ISBN-13 ‏ : ‎ 978-1645602811
  • Item Weight ‏ : ‎ 231 g
  • Dimensions ‏ : ‎ 13.97 x 1.04 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback