Availability: In Stock

Chhota Chhota Jibana

Author: Amaresh Biswal

170.00

ମୋ ପେସାରେ, ମୁଁ ଅନେକ ବଡ଼ବଡ଼ ଘଟଣା ଦେଖିଛି ଓ ସେସବୁ ଘଟଣା ସହ ଦିନଦିନ ରହିଛି । ପ୍ରଥମେ ଗପ ଲେଖିଲା ବେଳେ ବଡ଼ କାନଭାସ୍ ନେଇ କାମ କରି ସଫଳ ହୋଇଛି ସତ, ହେଲେ ପରେ ମୋର ମନେହୋଇଛି, ଅନେକ ଛୋଟ ଛୋଟ ଅନୁଭବକୁ ମୁଁ ନଜରଅନ୍ଦାଜ କରିଦେଇଛି । ଉପନ୍ୟାସ ଲେଖିଲା ବେଳେ ସେ ସବୁ ପ୍ରାୟ ଧ୍ୟାନ ଦେଇପାରୁଛି, ହେଲେ ଗପରେ ତାହା ସବୁବେଳେ ସମ୍ଭବ ହେଉନି ।ତେବେ ଖବରକାଗଜ ପାଇଁ ସୀମିତ ସ୍ଥାନରେ ଛୋଟ ଛୋଟ ଗପ ଲେଖିଲା ବେଳେ ଜୀବନର ଅନେକ ଗୁରୁତ୍ୱହୀନ ଅନୁଭବକୁ ନେଇ କାହାଣୀ ସୃଷ୍ଟି କରିଛି ଓ ସଫଳ ହୋଇଛି ।ଜୀବନରେ ଅନେକ ଛୋଟ ଘଟଣା ବହୁ ବଡ଼ବଡ଼ ଲୋକଙ୍କର ପଥ ବଦଳାଇ ଦେଇଛି । ଜଣେ ଯୁବ ମୁସଲମାନ ଶିକାରୀକୁ ନେଇ, ଦାର୍ଶନିକ ଓସୋଙ୍କର ଗୋଟିଏ ଛୋଟିଆ କାହାଣୀ ମୋର ମନେପଡୁଛି । ଲୋକଟିର ନାଁ ୱାଜିଦ୍ । ଦୈନିକ ସେ ବଣକୁ ଶିକାର କରିବାକୁ ଯାଏ । ଥରେ ଏକ ଚୁଲୁବୁଲି ହରିଣକୁ ତୀର ମାରିବାକୁ ଉଦ୍ୟମ କରୁଥିବା ବେଳେ ହିଁ ତା’ ଭିତରେ ଏକ ବିରାଟ ପରିବର୍ତ୍ତନ ହେଲା । ଜୀବନ ଯେ କେତେ ସୁନ୍ଦର ତାହା ସେ ହଠାତ୍ ଅନୁଭବ କଲା ଓ ଏଇମାତ୍ର କ୍ଷୀପ୍ର ଗତିରେ ଧାଇଁ ଯାଇ ହରିଣଟିକୁ ବିଦ୍ଧ କରିବାକୁ ଥିବା ତୀରଟିକୁ ସେ ଆଉ ଛାଡି ପାରିଲା ନାହିଁ । ତା ଅଙ୍ଗୁଳିର ଜାବ ଢିଲା ପଡ଼ିଗଲା ।ତା’ପରେ ୱାଜିଦ୍ ଜୀବନର ଗୁଢ ତତ୍ତ୍ୱ ଖୋଜିବାକୁ ଲାଗିଲା ଓ ତାହା ସେ ପାଇଲା କି ନାହିଁ ମୁଁ ଜାଣିନି । କିନ୍ତୁ ତା’ ଜୀବନରେ ଘଟିଥିବା ଏହି ଛୋଟିଆ ଘଟଣାଟି, ଆମ ପରି ମଣିଷମାନଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ଛାଡ଼ିଗଲା ।ଏ ବହିରେ ସନ୍ନିବେଶିତ ସବୁ ଗପରେ ଅନେକ ଚଟୁଳପଣ ଓ ଜୀବନ ଦର୍ଶନ ରହିଛି । କିଛି କିଛି ଜାଗାରେ କବିତା ପରି ଆବଷ୍ଟ୍ରାକ୍ଟ ତ କିଛି ଜାଗାରେ ସାମାଜିକ ଓ ତୀକ୍ଷ୍]ଣ ରାଜନୈତିକ କଟାକ୍ଷ । ମତେ ଏ ସବୁରେ ଖେଳିବାକୁ ଭଲ ଲାଗେ । ଏ ସବୁ ଗପରେ ସଫଳ ଓ ବିଫଳ ହେବା ଏକ ପ୍ରକ୍ରିୟା ବୋଲି ମୁଁ ବିଚାର କରିଛି । ତେଣୁ ଯେତେବେଳେ ଯାହା ମନକୁ ଆସିଛି ମୋର ବିଚାରବୋଧରେ ଲେଖିଛି ।

Category:

Description

About the Author

Amaresh Biswal (born June 13, 1972 at Gachhipur, Jajpur) is a powerful young short story writer whose micro stories have created a strong visibility among Odia short story lovers. Amaresh started his creating journey in early 1990s when he started as a sub editor in Sambad and Katha. As on today he has published four novels, five short story collections, one poetry collection, one essay collection and a travelogue. He has written the script of Sabyasachi Mohapatra’s award-winning film Pahadara Luha. He has received many literary recognitions including Bhubaneswar Pustakamela Purasakr, Rajadhani Pustakamela Puraskar and Gyanada Katha Samman. He has been working as a journalist last twenty-five years and currently staying in Bhubaneswar with his wife and son.

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 18 February 2021
  • Language ‏ : ‎ Oriya
  • Print length ‏ : ‎ 130 pages
  • ISBN-10 ‏ : ‎ 1645601552
  • ISBN-13 ‏ : ‎ 978-1645601555
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.79 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback