Availability: In Stock

Chhaira Chhabi

Author: Suvashree Lenka

200.00

ହଁ, ଛାଇ ବି ସାଥି ହୋଇପାରେ କବିତା ଲେଖୁଥିବା ଜଣେ ନାରୀର। ଏକାଏକା ବସି ମନ କଥା କହି ହୁଏ ତାକୁ। ଚା’ ପିଇଲାବେଳେ ସାମ୍ନା ଚୌକିରେ ତାକୁ ବସେଇ ହୁଏ। ଏକାଠି ଶୁଣିହୁଏ ପୁରୁଣା ହିନ୍ଦୀ ସିନେମାର ବିରହ ଗୀତ। ବାଣ୍ଟିହୁଏ ମନ ତଳ ଗୋପନ କଥା। ରୁଣୁଝୁଣୁ ଖୁସିର ମୁହୂର୍ତ୍ତ। ଛାଇର ଛବିରେ ଦିଶେ ମୁହଁଟିଏ, ସେ ମୁହଁଟି କ’ଣ ମୋର? ଅନେକ ସମୟରେ ଯେଉଁ କଥା କହି ହୁଏନାହିଁ ତାକୁ ଲେଖି ଦେଇହୁଏ। ଫୁଲଦାନୀରେ ନିତି ସଜଫୁଲ ରଖିବା, ସେଦିନର ଆବଶ୍ୟକତାକୁ ଚାହିଁ ପୋଷାକ ବାଛିବା, ଗତାନୁଗତିକ କିଛି ଘରକାମ କି ବାହାରକୁ ଯିବାର ଆବଶ୍ୟକତା ପରି ହୁଏତ କବିତା ଲେଖିବା ବି ଏଡ଼େଇ ହେଉ ନଥିବା ଏକ ତୀବ୍ର ଓ ମଧୁର ପ୍ରଲୋଭନ। ଏମିତି ଘଟଣା ଆଉ ଦୁର୍ଘଟଣା ଭିତରେ ଦିନ ବିତେ। କେବେ ସୁନେଲୀ ସୂର୍ଯ୍ୟୋଦୟ ତ ଆଉ କେବେ ମଥା ଉପରେ ଯୁଦ୍ଧର କଳାବାଦଲ। ଏ ଭିତରେ ମୁଁ ରୋଷେଇ ଘରେ ନିୟମିତ ବ୍ୟବଧାନରେ ତିଆରେ ନୂଆ ରେସିପି, ଗୁଡ଼ ପାଗକରି ଆମ୍ବ କି କୋଳି ଆଚାର, ଝିଅ ପସନ୍ଦର କୁଲଡ୍ ବ୍ରୁ କଫି, ନେଟ୍]ଫ୍ଲିକ୍ସରୁ ଦେଖେ ନିଷିଧ ପ୍ରେମର ରୋମାଞ୍ଚ, ମନ ପସନ୍ଦର ବହି ପଢ଼େ ଗଜଲ ଶୁଣେ, ଅନ୍]ଲାଇନ୍]ରୁ ଶାଢ଼ି କିଣେ, ଭଳିକି ଭଳି ପରଫ୍ୟୁମ୍], ଲିପ୍]ଷ୍ଟିକ୍ ଓ ହ୍ୟାଣ୍ଡବ୍ୟାଗ୍]ର ଭିଡ଼ ବଢ଼ାଏ, ଅଫିସ୍ ଯାଏ, ସଭାରେ ବକ୍ତାଙ୍କୁ ଶୁଣେ ପୁଣି କବିତା ଲେଖେ ଯେତେବେଳେ କବିତା ମୋତେ ଖୋଜେ। ଆଉ ଏସବୁ ଭିତରେ କେଉଁ ପାଠକ କି ଶୁଭେଚ୍ଛୁ ଚାହୁଁଥିବା ୨୦ କି ୨୫ ବର୍ଷ ତଳର କବିତାକୁ ଖୋଜିବସେ ତ ଅନେକ କବିତା ମିଳେନାହିଁ। ଆଉ ଯେବେ ସେଇ ପୁରୁଣା କବିତାରୁ କିଛି ମିଳିଯାଏ ତ ମୋତେ ଛାଇଟିଏ ଦିଶେ ଅନ୍ତରାଳରୁ। ସେ ମୋ ହାତ ଧରି ନେଇଯାଏ ବିତିଥିବା ସେଇ ଦିନମାନଙ୍କ ପାଖକୁ। ଯେଉଁଠୁ ହୁଏତ ଆରମ୍ଭ ହେଉଥିଲା ଖୋଲା ଆଖିରେ ସ୍ୱପ୍ନ ଦେଖିବା, ସମାନ୍ତରାଳ ଭାବରେ ଗୋଟେ ଜୀବନକୁ ଭେଟିବା ନିଜର ଶବ୍ଦପୁଞ୍ଜରେ। ସେସବୁ ଶବ୍ଦମାନେ, କବିତାମାନେ ହୁଏତ ପୁଣିଥରେ ଏକାଠି ହେବାର ସମୟ ଆସିଛି। କିଛି ପୁରୁଣା, କିଛି ଆପାତତଃ ନୂଆ କବିତା ମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିଛି। ଆଶା କରୁଛି ମୋର ଶୁଭେଚ୍ଛୁ ଓ ପାଠକମାନେ ପୂର୍ବ ସଂକଳନଗୁଡ଼ିକ ପରି ଆଦର ଦେବେ। ଛାଇ ଆଢ଼ୁଆଳରୁ ଶୁଭଶ୍ରୀର ଛବି ଖୋଜିବେ

Category:

Description

About the Author

ଡକ୍ଟର ଶୁଭଶ୍ରୀ ଲେଙ୍କା ଆଧୁନିକ ଓଡ଼ିଆ କବିତାର ଏକ ସ୍ପଷ୍ଟ ଓ ଶାଣିତ ସ୍ୱର। ତିନି ଦଶନ୍ଧିର କବିତା ଯାତ୍ରାରେ ସେ ସାଉଁଟିଛନ୍ତି ବିପୁଳ ପାଠକୀୟ ଆଦର ଓ ସମ୍ମାନ। ବିବିଧ କାର୍ଯ୍ୟକ୍ରମରେ ସଦା ସଂପୃକ୍ତ ଶୁଭଶ୍ରୀଙ୍କ କବିତାରେ ଅଛି ଜୀବନକୁ ନିବିଡ଼ ଭାବରେ ଅନୁଭବ କରିବାର ସକରାତ୍ମକ ଅଭିବ୍ୟକ୍ତି। ତାଙ୍କ କବିତାର ଶବ୍ଦମାନେ କେବେ କେବେ ମରୁଭୂମିର ଓଏସିସ୍ ପରି ଛାୟାଘନ, ଶୀତଳ। ପୁଣି କେବେ ଆର୍ôଥକ, ସାମାଜିକ କି ରାଜନୈତିକ ବିସଂଗତିକୁ କଟାକ୍ଷ କରିବାରେ ସାହସୀ ଧ୍ୱଜାଧାରୀ। ଆଧୁନିକ ନାରୀର ବହୁବର୍ଣ୍ଣା ବ୍ୟକ୍ତିତ୍ୱ ତା’ର ପ୍ରେମ ଓ ପ୍ରତାରଣା, ବିରହ ଓ ବିଦ୍ରୋହ, ସାଲିସ ଓ ଏକ୍କଲାପଣର କଥା ଓ ବ୍ୟଥା ତାଙ୍କ କାବ୍ୟ ଆକାଶର ବର୍ଣ୍ଣିଳ ଇନ୍ଦ୍ରଧନୁ। ତାଙ୍କ କବିତାର ଝିଅମାନେ ଅବଳା ଦୁର୍ବଳା ନୁହନ୍ତି, ନିଷ୍ପତ୍ତି ନେବାରେ ନିପୁଣା। ସୁଦୁ ନାରୀତ୍ୱର ନିରାଜନା କରୁଥିବା ତିରିଶ୍ ବର୍ଷର କିଛି ନୂଆ କିଛି ପୁରୁଣା କବିତା ଏଇ ସଂକଳନରେ ଅଛି। ସୃଜନ ମନସ୍କ ଶୁଭଶ୍ରୀ କବିତା, ଗପ, ଆଲୋଚନା, ପ୍ରବନ୍ଧ, ସ୍ତମ୍ଭ ଇତ୍ୟାଦି ଲେଖିବା ସହ ଜଣେ ଉତ୍ତମ ସାହିତ୍ୟ ସଂଗଠିକା, ସମାଜସେବୀ, ଚିତ୍ରକର ଓ ସଂପାଦିକା। ତାଙ୍କର ‘ଛାଇର ଛବି’ ସଂକଳନଟି ପୂର୍ବପରି ପାଠକପ୍ରିୟ ହେବ ବୋଲି ବିଶ୍ୱାସ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 11 August 2025
  • Language ‏ : ‎ Oriya
  • Print length ‏ : ‎ 140 pages
  • ISBN-10 ‏ : ‎ 1645607283
  • ISBN-13 ‏ : ‎ 978-1645607281
  • Item Weight ‏ : ‎ 168 g
  • Dimensions ‏ : ‎ 13.97 x 0.84 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-4732050

Indian Edition Also available on:

Additional information

book-author

Language

Odia

select-format

Paperback