Availability: In Stock

Tathapi Asiba Pheri

200.00

କବିତା ଯେ ନୀରସ, କଠୋର ହୃଦୟରୁ ବାହାରି ପାରେନା? ତେବେ ଝରଣାର ଜନ୍ମ ହୁଏ କିପରି, କେଉଁଠାରୁ, କାହା ଛାତି ଚିରି? କବିତା ଓ ଝରଣା ମଧ୍ୟରେ ଆପଣ ପ୍ରଭେଦ ବାରିପାରିବେ ନିଶ୍ଚିତ, କିନ୍ତୁ କେତେଟା? ଝରଣା ପ୍ରବହମାନ। କବିତା ପ୍ରବହମାନ। ଝରଣା ନାରୀଟିଏ। କବିତା ନାରୀଟିଏ। ଉଭୟରେ ଭଗିନୀ, ଜନନୀ, ଜାୟା, ମାତାମହ ଆଦି ଶବ୍]ଦର ଜୀବନ୍ତ ସଂଜ୍ଞା ରହିଛି। କବିତା କେତେବେଳେ ନଦୀ, କେତେବେଳେ ଝରଣା। କବିତାକୁ ଦନ୍ତୁରତା ରୋକିପାରେନା।

ଆଜି ସେ ନାହାଁନ୍ତି। ଥିଲେ କେତେ ଭଲ ହୋଇଥାଆନ୍ତା। ମୋର ସବୁ ବହି, ମୋର ପ୍ରଗତିକୁ ଦେଖି ସେ କେତେ ଖୁସି ହୋଇଥାଆନ୍ତେ, ସେଇଥିରେ ମୋର ପେଟ-ମନ-ଆତ୍ମା ପୂରିଉଠି ଥାଆନ୍ତା। ତାଙ୍କରି ପାଇଁ, ତାଙ୍କରି ଯାତ୍ରାପଥ ପାଇଁ, ତାଙ୍କରି ଆସିବା ଓ ଯିବା, ଯିବା ଓ ଆସିବା ପାଇଁ ଏଇ ପଥ- ଏଇ ଶବ୍]ଦ ପଥ।

Category:

Description

About the Author

ଡକ୍ଟର ସନ୍ତୋଷ କୁମାର ନାୟକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିଗତ ଗବେଷଣା ତଥା ସମାଲୋଚନା କ୍ଷେତ୍ରରେ ଏକ ଗମ୍ଭୀର ଉଚ୍ଚାରଣ। ବିଶେଷ କରି ଭାଷାତତ୍ତ୍ୱ, ସାହିତ୍ୟତତ୍ତ୍ୱ ଓ ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ଡକ୍ଟର ନାୟକଙ୍କ ସିଦ୍ଧି ଅନତିକ୍ରମ୍ୟ। ଓଡ଼ିଆ ପ୍ରବନ୍ଧ, ସମାଲୋଚନା, କବିତା, କ୍ଷୁଦ୍ରଗଳ୍ପ, ରମ୍ୟରଚନା, ସ୍ମୃତିକଥା, ସମ୍ପାଦନା, ଅନୁବାଦ, ସ୍ତମ୍ଭରଚନା ଓ ପତ୍ରିକା ସମ୍ପାଦନା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅନୁପ୍ରବେଶ ଓ ସାରସ୍ୱତ ସଫଳତା ଏକାନ୍ତ ଦୃଷ୍ଟାନ୍ତମୂଳକ। ଅଧ୍ୟୟନ, ଅଧ୍ୟାପନା ଓ ବୃତ୍ତିଗତ କ୍ଷେତ୍ରରେ ତାଙ୍କର ସଫଳତା ଏକାନ୍ତ ଈର୍ଷଣୀୟ ଓ ଅଦ୍ୱିତୀୟ। ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀରେ ୨୦୧୩ ମସିହାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ୨୦୧୪ ମସିହାରେ କଳାଭୂଷଣ (ଏମ୍].ଫିଲ୍].) ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଶେଷରେ ସଫଳତାର ସହ ଗବେଷଣା କରି ସେ ୨୦୧୯ ମସିହାରେ କଳାବିଭୂଷଣ (ପିଏଚ୍].ଡି.) ଉପାଧି ପ୍ରାପ୍ତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶତାଧିକ ଗବେଷଣାତ୍ମକ ପ୍ରବନ୍ଧ ଓ ଚାଳିଶିରୁ ଅଧିକ ସଂଖ୍ୟକ ପୁସ୍ତକର ସ୍ରଷ୍ଟା ଭାବରେ ତାଙ୍କର ଏକାଧିକ ମୌଳିକ ରଚନା ଉପରେ ଏକାଧିକ ଗବେଷଣା ସନ୍ଦର୍ଭ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଉପସ୍ଥାପିତ ହେବା ସହ ୟୁନିଭର୍ସିଟି ଅଫ୍ ସେଣ୍ଟ୍ରାଲ୍ ଆମେରିକା ତରଫରୁ ବର୍ଷ ୨୦୨୨ରେ ତାଙ୍କୁ ସମ୍ମାନଜନକ ପରମଭୂଷଣ (ଡି.ଲିଟ୍].) ଉପାଧିରେ ସମ୍ମାନିତ କରିବା ତାଙ୍କ ନଭଶ୍ଚୁମ୍ବୀ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ। ଲେଖକ ଡକ୍ଟର ନାୟକଙ୍କ ଅନ୍ୟାନ୍ୟ ପୁସ୍ତକ ପରି ଏହି କବିତା ପୁସ୍ତକଟି ପୂର୍ବପରି ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ଆଶା କରାଯାଏ। ସମ୍ପ୍ରତି ଡକ୍ଟର ନାୟକ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧି-ସ୍ନାତକ ଓଡ଼ିଆ ବିଭାଗରେ ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ ରୂପେ କାର୍ଯ୍ୟରତ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 5 November 2024
  • Language ‏ : ‎ Oriya
  • Print length ‏ : ‎ 128 pages
  • ISBN-10 ‏ : ‎ 1645606082
  • ISBN-13 ‏ : ‎ 978-1645606086
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.76 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 0114015925

Indian Edition Also available on:

Additional information

book-author

Language

Odia

select-format

Paperback