Lalita
₹180.00
ଉଭୟ ଓଡ଼ିଆ ଓ ସଂସ୍କୃତ ସାହିତ୍ୟ ରଚନାରେ ବ୍ରତୀ ଡ. ଭାରତ ଭୂଷଣ ରଥ ସୃଜନ ଓ ଗବେଷଣା କ୍ଷେତ୍ରରେ ଜଣେ ପରିଚିତ ଯୁବସ୍ୱର । ସଂସ୍କୃତ ସାହିତ୍ୟରେ ସେ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିବା ବେଳେ ଓଡ଼ିଆ ଗବେଷଣା ଓ କଥାସାହିତ୍ୟ ନିମନ୍ତେ ମଧ୍ୟ ବେଶ୍ ସୁନାମ ସାଉଁଟିଛନ୍ତି । ସଂପ୍ରତି ତିରୁପତିସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସାଙ୍ଗକୁ ସେଠାରେ ଉପନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ଡ. ରଥ । ସେ ଜଗନ୍ନାଥଙ୍କ ଆଦିପୀଠ ନୀଳମାଧବ କ୍ଷେତ୍ର ଓ ଏହାର କିମ୍ବଦନ୍ତୀ ତଥା ଇତିହାସ ଉପରେ ବିଶେଷ ଗବେଷଣାରେ ଆଗ୍ରହୀ । ପୂର୍ବରୁ ତାଙ୍କର ‘ଶ୍ରୀଜଗନ୍ନାଥ ଓ ଶ୍ରୀନୀଳମାଧବ’ ଶୀର୍ଷକ ଏକ ନିବନ୍ଧ ପୁସ୍ତକ ପ୍ରକାଶ ପାଇଛି । ସେଇ କିମ୍ବଦନ୍ତୀ ଆଧାରରେ ଲଳିତା ଚରିତ୍ରକୁ ନିଜର ପ୍ରଥମ ଉପନ୍ୟାସ ଲଳିତା ମାଧ୍ୟମରେ ସେ ପୁନର୍ଜନ୍ମ ଦେଇଛନ୍ତି । ଏ ଉପନ୍ୟାସ ପାଣ୍ଡୁଲିପି ନିମନ୍ତେ ଡ. ଭାରତ ଭୂଷଣ ରଥ ‘ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୧’ ପାଇଥିବାରୁ ତାଙ୍କୁ ଅଜସ୍ର ବଧେଇ। -ଶୁଭ୍ରାଂଶୁ ପଣ୍ଡା
Description
Additional information
Additional information
| book-author | |
|---|---|
| Language | Odia |
| select-format | Paperback |





