Availability: In Stock

Godhulira Ranga

200.00

ଗୋଧୂଳିର ରଙ୍ଗ’ ଏକ ହାସ୍ୟରସାତ୍ମକ କବିତାର ସମାହାର। ଏଇ ପୁସ୍ତକରେ ଯେଉଁ ଚରିତ୍ରମାନଙ୍କର ଅବତାରଣା କରାଯାଇଛି, ସେଗୁଡ଼ିକ ସମ୍ପୂର୍ଣ୍ଣ କାଳ୍ପନିକ। ପରିଣତ ବୟସରେ ସେମାନଙ୍କ ସୁଖଦୁଃଖ, ଥଟ୍ଟାପରିହାସ ଓ ସ୍ନେହ ପ୍ରେମକୁ ଆଧାର କରି ବିଷୟବସ୍ତୁର ପରିକଳ୍ପନା କରାଯାଇଛି। ଗାଁ ଗହଳିର ଶାନ୍ତ ପରିବେଶରେ ଗଢ଼ି ଉଠିଥିବା ସେମାନଙ୍କ ଜୀବନ ଶୈଳୀକୁ ଅତି ଗାଉଁଲୀ କଥିତ ଭାଷାରେ ରୂପ ଦେବାକୁ ଚେଷ୍ଟା କରାଯାଇଛି। ସମାଜରେ ନକାରାତ୍ମକ ଖଳ ଚରିତ୍ରର ଅଭାବ ନାହିଁ। ସେମାନେ କିପରି ଅଶାନ୍ତିର ମଞ୍ଜି ବୁଣି ଥାନ୍ତି ତାହା ଅନୁଭବ ହିଁ ଜାଣନ୍ତି।

କେବଳ ହାସ୍ୟ ପରିହାସ ନୁହେଁ ଏ ପୁସ୍ତକରେ କେତେକ ଆଦର୍ଶ ଚରିତ୍ରର ନମୁନା ଦିଆଯାଇଛି। ଯେଉଁମାନଙ୍କ ତ୍ୟାଗ ଓ ବଳୀଦାନର ମହତ୍ତ୍ୱ ପ୍ରଣିଧାନଯୋଗ୍ୟ। ବସ୍ତୁବାଦୀ ମଣିଷ ମନରେ ମାନବବାଦୀ ଚେତନା ଦେବ ବୋଲି ଆଶା କରେ।

ସାମ୍ପ୍ରତିକ ସମାଜର ମଣିଷ ଯେତେବେଳେ ସମସ୍ୟା ଜର୍ଜରିତ, ମନ ଭାରାକ୍ରାନ୍ତ, ଜୀବନ ଜିଜ୍ଞାସା ଠାରୁ ଦୂରେଇ ଯିବାକୁ ବସିଛି ଏ ଲଘୁ ହାସ୍ୟ କବିତା ମାଧ୍ୟମରେ ପାଠକମାନଙ୍କୁ କିଛି ଆନନ୍ଦ ଦେବ ବୋଲି ମୁଁ ଆଶା କରେ। ସୁଧୀ ପାଠକ ପାଠିକା ଏହାକୁ ପଢ଼ି ଯଦି କିଛି ରସ ଆସ୍ୱାଦନ କରି ପାରନ୍ତି ତେବେ ମୋ ଶ୍ରମ ସାର୍ଥକ ହେଲା ବୋଲି ଜାଣିବି।

—ରବୀନ୍ଦ୍ରନାଥ ନାୟକ

Category:

Description

About the Author

କବି ରବୀନ୍ଦ୍ର ନାଥ ନାୟକଙ୍କ ଜନ୍ମ ୧୮ ଜାନୁଆରୀ ୧୯୫୨ରେ। ତାଙ୍କର ପ୍ରଥମ କାବ୍ୟ ‘ସତୀ ସାବିତ୍ରୀ’ ଓ ‘ଅନିର୍ବାଣ ପ୍ରଦୀପ’ ୮୦ ଦଶକରେ ପ୍ରକାଶିତ। ୧୯୮୫ରୁ ୧୯୯୦ ଯାଏ ସାହିତ୍ୟ ପତ୍ରିକା (ତ୍ରୈମାସିକ) ‘ଆହ୍ୱାନ’ ଓ ପରେ ‘ଦୁର୍ବାର’ର ସମ୍ପାଦନା କରିଛନ୍ତି। ୧୯୭୩ରୁ ୨୦୧୦ ଯାଏ ଶିକ୍ଷକତା କରି ଅନେକ ପିଲାଙ୍କୁ ମଣିଷ କରିଛନ୍ତି। ୨୦୧୦ ଜାନୁଆରୀରେ ବରୁଣେଇ ହାଇସ୍କୁଲ, ଫତେପୁରରୁ ଅବସର ଗ୍ରହଣ କରିବା ପରେ ଏବେ ବେଲାରପୁର, ଦେବୀଦ୍ୱାର, ଯାଜପୁର ଟାଉନରେ ରହୁଛନ୍ତି। ତାଙ୍କ ସହିତ ଯୋଗାଯୋଗ ଏହି ନମ୍ବରରେ (୯୮୬୧୭୨୬୯୩୯) କରିପାରିବେ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 29 December 2025
  • Language ‏ : ‎ Oriya
  • Print length ‏ : ‎ 132 pages
  • ISBN-10 ‏ : ‎ 1645608131
  • ISBN-13 ‏ : ‎ 978-1645608134
  • Item Weight ‏ : ‎ 159 g
  • Dimensions ‏ : ‎ 13.97 x 0.79 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback