Availability: In Stock

Goutam Jena Granthabali I

Author: Goutam Jena

650.00

କବି ଗୌତମ ଜେନା ଚଳିତ ସମୟ ଖଣ୍ଡର ଜଣେ ପ୍ରଥିତଯଶା କବି। ଦୀର୍ଘ ପଚାଶବର୍ଷର ସାରସ୍ୱତ ସାଧନା ଭିତରେ ତାଙ୍କର ପ୍ରକାଶ ପାଇଛି ଚଉଦ ଖଣ୍ଡ କବିତା ପୁସ୍ତକ। ୧୯୭୬ ମସିହାଠାରୁ ତାଙ୍କର କବିତା ଓଡ଼ିଶାର ସମସ୍ତ ସଂଭ୍ରାନ୍ତ ପତ୍ର/ପତ୍ରିକାମାନଙ୍କରେ ପ୍ରକାଶିତ ହୋଇ ଆସୁଛି ଓ ସେ ପାଠକୀୟ ମହଲରେ ମଧ୍ୟ ବହୁ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।

ଉତ୍ତରଅଶୀ ଓଡ଼ିଆ କବିତାକୁ ସେ ଦେଇଛନ୍ତି ନୂଆ ରୂପ ଓ ଭାବରେ ଆଣିପାରିଛନ୍ତି ପରିବର୍ତ୍ତନ। ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ କବିତାରେ ଯେଉଁ ‘ଔପନିବେଶବାଦୀ ଚେତନା’ ପରିଲକ୍ଷିତ ହୋଇଥିଲା, ତହିଁରୁ ସେ ମୁକ୍ତ। ସାମାଜିକ ଜୀବନର ପରିବର୍ତ୍ତନ ନାଁରେ ଅବକ୍ଷୟ, ବିଚ୍ଛିନ୍ନତାବୋଧ, ଏକାକୀତ୍ୱ, ଠିକଣାହୀନ ମଣିଷ, ନିରାଶା, ଦେହବାଦୀ ଚେତନା ଓ ଆଧ୍ୟାତ୍ମିକ ନିଃସଂଗତାରୁ ଦୂରରେ ରହି ସେ ତାଙ୍କ କବିତାରେ ଆଂକି ପାରିଛନ୍ତି ଏ ମାଟି, ପାଣି, ପବନ ଓ ଜୀବନର ଛବି। ସବୁଠି ସେ ଖୋଜିଛନ୍ତି ଆଶା, ବିଶ୍ୱାସ ତଥା ପ୍ରେମ।

ତାଙ୍କ ଜୀବନ ଯଂତ୍ରଣାରେ ନାହିଁ କାରୁଣ୍ୟ, ଅଛି ଜୀବନର ମାଦକତା, ଖୋଜିବା ପାଇଁ ପ୍ରେରଣା। ତାଙ୍କ କବିତାର ଆତ୍ମିକ ସ୍ୱରରେ ଅଛି ଅନ୍ୱେଷଣ, ନାହିଁ ଯଂତ୍ରଣାଜର୍ଜର ଆତ୍ମାର ସ୍ୱଗତୋକ୍ତି। ସେ ମୃତ୍ୟୁର ବର୍ଣ୍ଣବୋଧରେ, ବ୍ୟାକରଣରେ କାତର ନୁହଁନ୍ତି, ବରଂ ମୃତ୍ୟୁ ତାଙ୍କ ଲେଖନୀରେ ପାଇଛି କଳାତ୍ମକ ରୂପ, ଯେଉଁଠି ଅନ୍ତରାତ୍ମାରେ ମୃତ୍ୟୁର ବ୍ୟାପକତା ଭିତରେ ଜୀବନର ସୂକ୍ଷ୍ମ ରୂପ ପ୍ରକାଶିତ ହୋଇଥାଏ।

Category:

Description

About the Author

ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ଥାନାର ମିର୍ଜାପୁର ପଂଚାୟତସ୍ଥ ଅରଂଗାବାଦ ଗ୍ରାମରେ ତା ୦୭.୦୫.୧୯୫୯ କବି ଗୌତମ ଜେନାଙ୍କର ଜନ୍ମ। ନିଜ ପଂଚାୟତ ମିର୍ଜାପୁରସ୍ଥ ଶ୍ୟାମସୁନ୍ଦର ହାଇସ୍କୁଲରୁ ୧୯୭୪ ମସିହାରେ ମେଟ୍ରିକ୍ ପାଶ୍ ପରେ ପରବର୍ତ୍ତୀ ସମୟରେ ରେଭେନ୍]ସା ମହାବିଦ୍ୟାଳୟରୁ ୧୯୮୦ ମସିହାରେ ଓଡ଼ିଆ ଏମ୍].ଏ. ରେ ପ୍ରଥମ ଶ୍ରେଣୀରେ ପ୍ରଥମ ତଥା ଉତ୍କଳ ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ତୃତୀୟ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୮୨ ମସିହାରେ ସେ ଏମ୍].ଫିଲ୍]. ଡିଗ୍ରୀ ହାସଲ କରିବା ପରେ ୧୯୮୩ ମସିହାରେ ମହର୍ଷି କଲେଜ, ଭୁବନେଶ୍ୱରରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ। ପରବର୍ତ୍ତୀ ଜୀବନରେ ସେ ଓଡ଼ିଶା ରାଜ୍ୟ ପ୍ରବରଣ ବିଭାଗର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ଆଠଗଡ଼, ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, ରାମଚନ୍ଦ୍ରପୁର, ବରୀ ଓ ସାହାସପୁର କଲେଜ, ବାଲିଚନ୍ଦ୍ରପୁରଠାରେ ଅଧ୍ୟାପନା କରିଛନ୍ତି। ପରବର୍ତ୍ତୀ ସମୟରେ ସେ ରେଭେନ୍]ସା ବିଶ୍ୱବିଦ୍ୟାଳୟରୁ ପି.ଏଚ୍].ଡି. ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି ଓ ଚାକିରିର ଶେଷ ଛଅ ବର୍ଷ ଯାଜପୁର ଜିଲ୍ଲାସ୍ଥ ନୂଆହାଟସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇ ଅବସର ଗ୍ରହଣ କରିଛନ୍ତି।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 11 November 2025
  • Language ‏ : ‎ Oriya
  • Print length ‏ : ‎ 572 pages
  • ISBN-10 ‏ : ‎ 1645607550
  • ISBN-13 ‏ : ‎ 978-1645607557
  • Item Weight ‏ : ‎ 653 g
  • Dimensions ‏ : ‎ 13.97 x 3.23 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500

Indian Edition Also available on:

Additional information

book-author

Language

Odia

select-format

Paperback