Availability: In Stock

Beshaghara

210.00

“ବେଶଘର” କବିତା ସଂକଳନରେ ସ୍ଥାନିତ ପ୍ରତ୍ୟେକ କବିତା ଏକ ଦର୍ପଣ- ପ୍ରେମ, ପ୍ରତିରୋଧ, ଅନ୍ୟାୟ, ଅବିଚାର, ବିଦ୍ରୋହ, ବିଦ୍ରୂପ, ସମୟର ନିରନ୍ତର ସ୍ପନ୍ଦନର ଅଦୃଶ୍ୟ ରୂପରେଖ ଓ ଆତ୍ମାର ସ୍ତରୀଭୂତ କ୍ଷେ।।ଭର ଅବିକଳ ପ୍ରତିଫଳନ । ଭାଷାର ସରଳତା ଓ ଭାବର ଗଭୀରତାରେ ସମୃଦ୍ଧ ଏହି କବିତାଗୁଡ଼ିକ ଜୀବନର ଭଂଗୁର ସୌନ୍ଦର୍ଯ୍ୟକୁ ଅନୁସନ୍ଧାନ କରେ ଓ ଦୈନନ୍ଦିନ ଜୀବନରେ ନିହାତି ମାମୁଲି ମନେ ହେଉଥିବା ମୁହୂର୍ତ୍ତର ସାକ୍ଷୀ ପାଲଟି ଆମ ଚତୁଃପାର୍ଶ୍ୱର ବିଶ୍ୱକୁ କେବଳ ପ୍ରତିଫଳିତ କରେନାହିଁ, ପାଠକକୁ ଗଭୀର ଭାବପ୍ରବଣତାରେ ଆଚ୍ଛନ୍ନ, ଆଲୋଡ଼ିତ ଓ ଆନ୍ଦୋଳିତ କରେ। ସତ୍ୟ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧତାରେ ସମୁଜ୍ଜ୍ୱଳ କବିତାଗୁଡ଼ିକ ସ୍ପର୍ଦ୍ଧା ଏବଂ ସମ୍ବେଦନଶୀଳତାର ପ୍ରତିରୂପ ପାଲଟି ପାଠକକୁ ସାହସ ଏବଂ ସାନ୍ତ୍ୱନା ପ୍ରଦାନ କରେ।

Category:

Description

About the Author

ଗାୟତ୍ରୀବାଳା ପଣ୍ଡା ଓଡ଼ିଆ ସାହିତ୍ୟର ଏକ ଶକ୍ତିଶାଳୀ ସ୍ୱର। ଯେଉଁ ସ୍ୱର ଅନ୍ତରଙ୍ଗ ଏବଂ ଅସୀମ ସମ୍ଭାବନାର ସ୍ରୋତ ପରି ପ୍ରବାହିତ ହୁଏ । ଯେଉଁ ସ୍ୱର କୋମଳ ଅଥଚ ଅଦମ୍ୟ। ଯେଉଁ ସ୍ୱର ସ୍ମୃତିର ସଙ୍ଗୀତ, ନୀରବତାର ନାଦ, ଯନ୍ତ୍ରଣାର ତୀବ୍ରତା ଏବଂ ସତ୍ୟର ଶକ୍ତି ବହନ କରେ, ଯାହା ଅଶ୍ରୁତ ଓ ଅଦୃଶ୍ୟକୁ ଜୀବନ୍ୟାସ ଦିଏ। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ସେ ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଛନ୍ତି। ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ବର୍ତ୍ତମାନ ସୁଦ୍ଧା ୩୫ଟି ପୁସ୍ତକ ପ୍ରକାଶିତ ହୋଇ ରାଜ୍ୟ ଓ ଜାତୀୟସ୍ତରରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। କେବଳ ହୃଦୟରୁ ନୁହେଁ, ଜୀବନ୍ତ ଅଭିଜ୍ଞତାର ମଜ୍ଜାରୁ ଆତ୍ମପ୍ରକାଶ କରିଥିବା “ବେଶଘର” କବିତା ସଂକଳନ ତାଙ୍କ ସୃଷ୍ଟି ସଂଭାରରେ ଏକ ସ୍ମରଣୀୟ ସଂଯୋଜନ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 8 September 2025
  • Language ‏ : ‎ Oriya
  • Print length ‏ : ‎ 140 pages
  • ISBN-10 ‏ : ‎ 1645607437
  • ISBN-13 ‏ : ‎ 978-1645607434
  • Item Weight ‏ : ‎ 168 g
  • Dimensions ‏ : ‎ 13.97 x 0.84 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback