Availability: In Stock

Muthae Byanga O Chenae Hasa

275.00

“ପ୍ରତ୍ୟେକ ଭାଷା ସାହିତ୍ୟରେ ନବରସର ଅବତାରଣା ପାଠକର ମାନସିକତାକୁ କରେ ପ୍ରଭାବିତ ଓ ତଦନୁସାରେ ପାଠକ ପାଏ ସାହିତ୍ୟ ମହାସାଗରରୁ ଆନନ୍ଦ ରୂପକ ମୁକ୍ତାର ଅମୂଲ୍ୟ ବିଭବ । ବ୍ୟଙ୍ଗ ସାହିତ୍ୟ ତନ୍ମଧ୍ୟରୁ ଏକ ରୂପେ ନାମିତ କରାଯାଏ । ଏହି ପରିପ୍ରେକ୍ଷୀରେ ସୁସାହିତ୍ୟିକ କବିସୂର୍ଯ୍ୟ ବଳଦେବ ରଥ ଓ କବି ରବି ସିଂ ଆଦିଙ୍କର ଅନେକ ଉଦାହରଣ ଦେଖିବାକୁ ମିଳେ ।

ନିଜ ସମ୍ପର୍କରେ ଏ ବିଷୟରେ ଦୁଇପଦ କହିବାକୁ ଚାହିଁବି ସହୃଦୟ ମୋର ପ୍ରିୟ ପାଠକମାନଙ୍କ ଆଗରେ । ମନେପଡେ, ମୋର ଛାତ୍ର ଜୀବନରୁ ଏହିପରି କବିତା ପ୍ରତି ଏକ ଆକର୍ଷଣ ମତେ କେମିତି ଅଜାଣତରେ ମନ୍ତ୍ରମୁଗ୍ଧ କରିଥିଲା । ଅବଶ୍ୟ ନିରବଛିନ୍ନ ଭାବରେ ମୁଁ ତା’ର ସଦବ୍ୟବହାର କରିପାରିନାହିଁ ବିଭିନ୍ନ ପାରିବାରିକ ଓ ଚାକିରି ଜୀବନରେ ସମସ୍ୟା ବହୁଳତା ମଧ୍ୟରେ । ତେବେ ବିଭିନ୍ନ ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିର ଆଧାରରେ ଭିନ୍ନ ଭିନ୍ନ ସମୟରେ ଲେଖା, ବ୍ୟଙ୍ଗ କବିତା ସଂକଳନଟି ଆଜି ମୋର ପ୍ରିୟ ପାଠକ ପାଠିକାମାନଙ୍କୁ ଅର୍ପଣ କରିବାର ମନସ୍କତାକୁ ଏଡାଇ ପାରୁନାହିଁ । ଏଥିରୁ କେତେକ କବିତା ‘ଅମୃତାୟନ’, ‘ପଶ୍ଚିମା’, ‘ସମାରୋହ’ ଆଦି ପ୍ରତିଷ୍ଠିତ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଛି ।”

Category:

Description

About the Author

ଅନନ୍ତ ଚରଣ ବେହେରା ୦୨ ଜୁଲାଇ ୧୯୪୨ରେ ମୟୂରଭଞ୍ଜ ଜିଲ୍ଲାର ନଳଗଜାରେ ଜନ୍ମଗ୍ରହଣ କରିଥିଲେ । ସପ୍ତମ ଶ୍ରେଣୀରୁ ଛୋଟ ଛୋଟ କବିତା ଲେଖା ସହ ତାଙ୍କ ସାରସ୍ୱତ ଜୀବନ ଆରମ୍ଭ ହୋଇଥିଲା । ଶିକ୍ଷକତାକୁ ବୃତ୍ତି ରୂପେ ଆପଣେଇଥିବା ଅନନ୍ତ ଚରଣ ବେହେରାଙ୍କ ଏଯାବତ ପ୍ରକାଶିତ ପୁସ୍ତକ ମଧ୍ୟରେ ‘ମାଟିରମାୟା ଓ କାହାଣୀର ସ୍ରୋତସ୍ୱିନୀ\’ (ଭ୍ରମଣ କାହାଣୀ), Ananda Shankar Das and his Dramas (English), The Beginner’s Essays and Letters for Classes IV to VII (ପାଠ୍ୟ ପୁସ୍ତକ) ଅନ୍ୟତମ । ଚାକିରିରୁ ଅବସର ଗ୍ରହଣ ପରେ ପତ୍ନୀ ସୁନନ୍ଦା ବେହେରାଙ୍କ ସହିତ ବର୍ତ୍ତମାନ ସେ ବାରିପଦାରେ ଅବସ୍ଥାନ କରୁଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 8 January 2026
  • Language ‏ : ‎ Oriya
  • Print length ‏ : ‎ 202 pages
  • ISBN-10 ‏ : ‎ 1645608123
  • ISBN-13 ‏ : ‎ 978-1645608127
  • Item Weight ‏ : ‎ 240 g
  • Dimensions ‏ : ‎ 13.97 x 1.17 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback