Availability: In Stock

Panchabhuta

Author: Amrit Ruturaj

200.00

ସମ୍ବେଦନାରେ ରତ ରତ ମଣିଷପଣିଆକୁ ଗରମ ତେଲରେ ଯେତେ ଛାଣିଲେ ବି ସେ ଜଳିକି ଯେମିତି ପୋଡା ଅଙ୍ଗାର ହୁଏନି, ମରଣ ବି ସେମିତି ଜୀବନର ସତ୍ତାକୁ ସମ୍ପୂର୍ଣ୍ଣ ନିର୍ବାପିତ କରିପାରେନି । ମୃତ୍ୟୁ ଗୋଟେ ସାମୟିକ ବିଶ୍ରାମସ୍ଥାନ ଭଳି ଅଟକେଇ ଦିଏ ଏକ ମହାର୍ଘ ପର୍ଯ୍ୟଟନକୁ । ତା’ ପରେ ବି ଆତ୍ମା ବୁଲେ, ପ୍ରଦିକ୍ଷଣ କରେ । ମୃତ୍ୟୁର ଆତ୍ମଜୀବନୀ ଉତ୍ତରଣ ହେଇଛନ୍ତି କବିତାର ପ୍ରଥମ ଭାଗରେ ।

ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ଆତ୍ମାର ଆତ୍ମକଥାରୁ । ମଲା ପରେ କ’ଣ ହୁଏ? ଏ ପ୍ରଶ୍ନ ଅସମାହିତ ଥିଲା ଆଉ ରହିବ ମଧ୍ୟ । କିନ୍ତୁ କଳ୍ପନାର ପାଟ ଗହୀର ତା’ ବୋଲି କ’ଣ ବୀଜବପନରୁ ବଂଚିତ ହୋଇ ପଡିଆ ପଡିବ ? ଶରୀର ପରିତ୍ୟାଗ ପରେ ଆତ୍ମାର ବି ତ ସ୍ୱାଧୀନତା ଅଛି ନା । ଇହ ଲୋକର ଜଞ୍ଜାଳ ଭିତରେ ବାନ୍ଧି ହୋଇ ସେ ଧଳା-କଳା, ଇହୁଦୀ-ମୁସଲମାନ, ବ୍ରାହ୍ମଣ-କ୍ଷତ୍ରୀୟ, ପୁରୁଷ-ନାରୀ, ତାମିଲ-ଫରାସୀ, ଭାରତୀୟ-ମାର୍କିନ୍ ଇତ୍ୟାଦି କେତେ କେତେ ପରିଚୟ ନେଇ ବଞ୍ଚୁଥିଲା । ପ୍ରତିଟି ପରିଚୟ ଗୋଟେ ଗୋଟେ ବିଭାଜନକାରୀ । ତେବେ, ମୃତ୍ୟୁ ପରେବି କ’ଣ ଆତ୍ମା ଇଏ ପରିଚୟର ସଂକୀର୍ଣ୍ଣତାକୁ ବୋଝ ପରି ବୋହୁଥିବ?

କବିତାର ଦ୍ୱିତୀୟ ଭାଗ ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ଖୋଜିବାକୁ ଉପତ୍ୟକାରୁ ଉପତ୍ୟକା ବିଚରଣ କରିଛି । ନାନା ଜୀବନ୍ତ, ଜଡ ଉପାଦାନଙ୍କୁ ଭେଟିଛି । ହୁଏତ ବାସ୍ତବ ଉତ୍ତରରେ ପହଞ୍ଚିଛି କି ପହଞ୍ଚିନି ସେକଥା ପାଠକଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ନିର୍ଭରଶୀଳ, କିନ୍ତୁ ଏତିକି ଥୟ ଯେ ଆତ୍ମା ସହ ପାଠକ ମାନେ ମଧ୍ୟ ଏକ ଅତି ଭୌତିକ ପର୍ଯ୍ୟଟନରେ ସାମିଲ ହେବେ । ଏବଂ ଆଶା ଯେ ଆତ୍ମା ସହ ଏଇ ପରିଭ୍ରମଣ ସାଂପ୍ରତ୍ତିକ ଜୀବନର ଅବଶୋଷ, ଜଞ୍ଜାଳ, ଯନ୍ତ୍ରଣା ମାନଙ୍କୁ ମଧ୍ୟ ଅନେକ ପରିମାଣରେ ଆପଣଙ୍କ ମାନସିକ ବୋଝରୁ ଓଲ୍]ହାଇ ଆପଣଙ୍କୁ ହାଲୁକା ଓ ସତେଜ ଅନୁଭବ କରିବାରେ ସହାୟକ ହେବ । ଆତ୍ମନ୍ ଓ ବ୍ରହ୍ମ ଏକ ହେଇପାରେ କିମ୍ବା ଅଲଗା ହେଇପାରେ, ମଣିଷ କିନ୍ତୁ ସ୍ୱଇଚ୍ଛାରେ ସ୍ୱାଧୀନତା ସହ ବଞ୍ଚୁ ଓ ସମ୍ବେଦନଶୀଳତାର ପୁଷ୍କରଣୀରେ ସବୁବେଳେ ଶରୀର ପ୍ରକ୍ଷାଳନ କରୁ, ମୃତ୍ୟୁ ଓ ଆତ୍ମା; ଉଭୟଙ୍କର ଏତିକି କାମ୍ୟ ।

–ଅମ୍ରିତ୍]

Category:

Description

About the Author

ଅମ୍ରିତ ଋତୁରାଜ୍ (ଜନ୍ମ ମଇ ୧୦, ୧୯୯୨)ଙ୍କର ପିଲାଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟିଥିଲା । ରାଜନୀତି ବିଜ୍ଞାନରେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏମ୍].ଏ. ପାସ୍ କରି ୨୦୧୫ରେ ସେ ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶା କ୍ୟାଡର)ରେ ଯୋଗଦେଲେ । ତାଙ୍କର ପ୍ରଥମ କବିତା ସଂକଳନ ‘ଅବ୍ୟକ୍ତ ଅକ୍ଷର’ ୨୦୨୩ରେ ‘ବ୍ଲାକ୍ ଈଗଲ୍ ବୁକ୍ସ’ ଦ୍ୱାରା ପ୍ରକାଶିତ ହୋଇ ବିପୁଳ ପାଠକୀୟତା ଲାଭ କରିଥିଲା । ମୃତ୍ୟୁ ଚେତନାକୁ ନେଇ ମଣିଷ ମନରେ କାଳକାଳ ଧରି ରହି ଆସିଥିବା ପ୍ରଶ୍ନବାଚୀର ଦୁର୍ବୋଧ୍ୟ କାନ୍]ଭାସ୍]ର ଭିତ୍ତିଭୂମିରେ ରଚିତ ତାଙ୍କର ଦ୍ୱିତୀୟ କବିତା ସଂକଳନ ‘ପଞ୍ଚଭୂତ’ । ଏବଂ ସେ ପ୍ରଶ୍ନସବୁର ଉତ୍ତର ମଧ୍ୟ ସନ୍ନିହିତ ହୋଇଛି କବିତାରେ, ସଂକଳନର ଦ୍ୱିତୀୟ ଭାଗରେ । କବିତା ସବୁ ପାଠକମାନଙ୍କୁ ଏକ ସୂକ୍ଷ୍ମ ଦାର୍ଶନିକ ଅବବୋଧ ଦେବା ସହିତ ପାଠକୀୟ ଆନନ୍ଦ ଉପଲବ୍ଧି ନିଶ୍ଚିତ ରୂପେ କରାଇବ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 15 January 2024
  • Language ‏ : ‎ Oriya
  • Print length ‏ : ‎ 114 pages
  • ISBN-10 ‏ : ‎ 1645605043
  • ISBN-13 ‏ : ‎ 978-1645605041
  • Item Weight ‏ : ‎ 154 g
  • Dimensions ‏ : ‎ 13.97 x 0.69 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

select-format

Paperback

Language

Odia