Availability: In Stock

Tini Ostad

Author: Pratibha Ray

150.00

ସ୍କୁଲରେ ପାଠ ପଢୁଥିବା ତିନିଟି ଭାଇଭଉଣୀଙ୍କର ଦୁଃସାହସିକ କୌତୂହଳର କାହାଣୀ ହେଉଛି ‘ତିନି ଓସ୍ତାଦ୍]’ । ଓଲ୍]ଟୁ, ପାଲ୍]ଟୁ ଓ ଢୋଲ୍]କି ସ୍କୁଲ୍]ବ୍ୟାଗ୍ ଧରି ପାଠପଢ଼ିବା ଆଳରେ ବଣଭୋଜି କରିବାକୁ ଚାଲିଯାଆନ୍ତି ପାଖ ଜଙ୍ଗଲକୁ । ସେଠାରେ ଭାତ, ଡାଲି, ପରିବା ସିଝାଇ ଅଲଣା ଖେଚୁଡ଼ି ରାନ୍ଧି ମହାଖୁସି । ଭୋକିଲା ପେଟରେ ତିନିଟି ପତରରେ ଖେଚୁଡ଼ି ବାଢ଼ି ଖାଇବସିଲାବେଳକୁ ଭୋକିଲା କୁକୁର ଛୁଆଟିଏ କୁଁ କୁଁ ହୋଇ ପାଖରେ ପହଞ୍ଚେ । ସ୍ନେହରେ, ଦୟାରେ ନିଜ ପତରରୁ ଖାଦ୍ୟ ନେଇ ଆଉ ଗୋଟିଏ ପତ୍ର ବାଢ଼ନ୍ତି କୁକୁରଛୁଆ ପାଇଁ । ହାଲିଆ ହୋଇ ଶୋଇପଡ଼ନ୍ତି । ନିଦ ଭାଙ୍ଗିଲାବେଳକୁ ଜଙ୍ଗଲ ଭିତର କିଟ୍]କିଟ୍ ଅନ୍ଧାର ରାତି । କେମିତି ଘରକୁ ଫେରିବେ? କୁକୁରଟି ବାଟ କଢ଼ାଏ । ସ୍ନେହର ମୂଲ୍ୟ ସେ ବୁଝେ । ସକାଳ ପାହିଲାବେଳକୁ ସେମାନେ ପହଞ୍ଚନ୍ତି ଏକ ଅଜଣା ସହରରେ ।କାରଣ କୁକୁରଟି ସେମାନଙ୍କୁ ବିରୀତ ଦିଗରେ ବାଟ କଢ଼ାଇଥିଲା, ଅନ୍ୟ ଦିଗରେ ବାଘ ମାତିଛି ବୋଲି । ଏଇଠାରୁ ଆରମ୍ଭ ହୁଏ ତିନି ଭାଇଭଉଣୀ ଓ କୁକୁର ବାହାଦୁର୍]ର ଦୁଃସାହସିକ ଯାତ୍ରା । ଡକାୟତ ଆଡ୍]ଡ଼ା, ସମୁଦ୍ର ଯାତ୍ରା ଏବଂ ଏକ ଅଜଣା ଦ୍ୱୀପରେ ପହଞ୍ଚିଚ ମଣିଷଖିଆ ମଣିଷଙ୍କୁ ଭେଟି କିରି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ତାରି ବର୍ଣ୍ଣନା କାହାଣୀଟିକୁ କରିଛି ଅତ୍ୟନ୍ତ ରୋମାଞ୍ଚକର ଓ ଶିଶୁ ମନଲୋଭା । ସେହି ଦ୍ୱୀପର ମଣିଷମାନଙ୍କୁ ସେମାନେ ଶିକ୍ଷିତ କରିଛନ୍ତି । ନୂଆ ସମାଜଟିଏ ଗଢ଼ିଉଠିଛି । ଫଳ ଫୁଲରେ ଭରା ଦ୍ୱୀପଟିର ନାମ ଦେଇଛନ୍ତି ‘ସବୁଜ ଦ୍ୱୀପ’ । ଶେଷରେ ବାହାଦୁରର ଦୁଃସାହସ ଓ ବୁଦ୍ଧି ପାଇଁ ଗୋଟିଏ ଜାହଜ ସବୁଜ ଦ୍ୱୀପ ନିକଟରେ ପହଞ୍ଚିଛି । ସେମାନେ ଗୋଟାଏ ବନ୍ଧୁଦ୍ୱୀପରୁ ବିଦାୟ ନେଇ ଫେରିଛନ୍ତି ନିଜ ଦେଶକୁ । ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଦେଶକୁ ଆ ଏହି ପୁସ୍ତିକାରେ ଅଛି ଦେଶପ୍ରେମ, ପ୍ରକୃତିପ୍ରେମ, ପଶୁପ୍ରେମ-ଜୀବେଦୟା, ମଣିଷ ପ୍ରତି ବିଶ୍ୱାସ, ସାକ୍ଷରତା ଅଭିଯାନ ଏବଂ ଜ୍ଞାନବିଜ୍ଞାନର ସରଳ କାହାଣୀ ।

Categories: ,

Description

About the Author

ପ୍ରତିଭା ରାୟ ଅଳ୍ପ କିଛିବର୍ଷ ଶିକ୍ଷକତା କରିବା ପରେ ଓଡ଼ିଶାର ସର୍ବପ୍ରାଚୀନ ମହାବିଦ୍ୟାଳୟ ରେଭେନ୍ସା କଲେଜରେ ଅଧ୍ୟାପନା କରିଥିଲେ । ସେ ଶିଶୁ ମନସ୍ତତ୍ତ୍ୱ ଉପରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି ଲାଭ କରିଥିଲେ । ଓଡ଼ିଶା ସରକାରଙ୍କ ଲୋକସେବା ଆୟୋଗରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲେଖାଲେଖି ପ୍ରତି ଆଗ୍ରହ ଥିଲା ଏବଂ ଓଡ଼ିଆ ଭାଷା ସାହିତ୍ୟ ଥିଲା ତାଙ୍କର ପ୍ରିୟ ବିଷୟ । ପଞ୍ଚମ ଶ୍ରେଣୀରୁ ସେ କବିତା ଲେଖା ଆରମ୍ଭ କରିଥିଲେ ଏବଂ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର କବିତା ପ୍ରଥମକରି ଏକ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶ ପାଇଥିଲା । ପିଲାମାନଙ୍କ ପାଇଁ ମଧ୍ୟ ସେ ଅନେକ ଗଳ୍ପ ଓ କବିତା ଲେଖିଛନ୍ତି । ସେ କୁହନ୍ତି “ଯେଉଁ ମଣିଷ ଫୁଲ ଏବଂ ଶିଶୁଙ୍କୁ ଭଲ ନପାଏ ତା ଭିତରେ ମଣିଷପଣିଆ କମ୍ ।” ସାହିତ୍ୟ ପାଇଁ ଭାରତର ଶ୍ରେଷ୍ଠ ପୁରସ୍କାର ବିବେଚିତ ହେଉଥିବା ‘ଜ୍ଞାନପୀଠ ପୁରସ୍କାର’ ସେ ପାଇସାରିଛନ୍ତି ୨୦୧୧ ମସିହାରେ । ଭାରତ ସରକାରଙ୍କ ଦ୍ୱାରା ୨୦୦୭ରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତା ହୋଇଛନ୍ତି । ସେ ଭାରତର ପ୍ରାୟ ସବୁ ସ୍ଥାନ ଏବଂ ପୃଥିବୀର ୪୦ଟି ଦେଶ ଭ୍ରମଣ କରିଛନ୍ତି । ତାଙ୍କର ଲେଖା ଭାରତର ପ୍ରାୟ ସବୁ ଭାଷାରେ ଓ ଅନ୍ୟାନ୍ୟ ବିଦେଶୀ ଭାଷା ଓ ଇଂରାଜୀରେ ଅନୁଦିତ ହୋଇଛି । ଓଡ଼ିଆ ଭାଷା ହେଉଛି ଏକ ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ଭାଷା । ନିଜ ଭାଷାକୁ ନେଇ ସେ ଗର୍ବ କରନ୍ତି । ସେ କହନ୍ତି “ପୃଥିବୀର ଯେତେ ଭାଷାରେ ପ୍ରବୀଣ ହୁଅନ୍ତୁ ପଛକେ ଯେଉଁମାନେ କୌଣସି କାରଣରୁ ନିଜ ଭାଷାକୁ ଭୁଲିଯାଆନ୍ତି ସେମାନେ ନିଜ ସଂସ୍କୃତିଠାରୁ ବିଚ୍ଛିନ୍ନ ହୋଇଯାଆନ୍ତି । ଭାଷା ହେଉଛି ମଣିଷର ପରିଚିତି ଓ ସଂସ୍କୃତି ହେଉଛି ମଣିଷର ସମୃଦ୍ଧିର ମୂଳଦୁଆ । ଯେଉଁ ଦେଶରେ ରହିବ ସେ ଦେଶର ଭାଷାରେ ପ୍ରବୀଣ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । କିନ୍ତୁ ତା ସହିତ ଓଡ଼ିଶାର ଶିଶୁସାହିତ୍ୟଗୁଡ଼ିକୁ ପଢ଼ି ଓଡ଼ିଆ ଭାଷା ଶିକ୍ଷା କରିପାରିଲେ ସେମାନଙ୍କର ବ୍ୟକ୍ତିତ୍ୱ ସମୃଦ୍ଧ ହେବ ବୋଲି ତାଙ୍କର ଦୃଢ଼ ମତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 15 August 2021
  • Language ‏ : ‎ Oriya
  • Print length ‏ : ‎ 122 pages
  • ISBN-10 ‏ : ‎ 1645602087
  • ISBN-13 ‏ : ‎ 978-1645602088
  • Reading age ‏ : ‎ 13 – 18 years
  • Item Weight ‏ : ‎ 150 g
  • Dimensions ‏ : ‎ 13.97 x 0.66 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback