Availability: In Stock

Abhishapta Rajanandini

Author: Indira Dash

300.00

ଏହି ସଂକଳନଟି ପ୍ରକାଶ କରିବା ପାଇଁ ମୋର କେତେଜଣ ଶୁଭାକାଂକ୍ଷୀ ବଂଧୁମାନଙ୍କର ଇଚ୍ଛା ଓ ପ୍ରେରଣାରୁ ମୁଁ ଏହି ବହିଟିକୁ ପ୍ରକାଶ କରିବା ପାଇଁ ସ୍ଥିର କଲି । ଏଥିରେ ସନ୍ନିବେଶିତ ଦୀର୍ଘ ଗଳ୍ପଗୁଡ଼ିକ ଉପନ୍ୟାସିକା ବର୍ଗରେ ଯିବ ଓ ସେଗୁଡ଼ିକ ସେମାନଙ୍କ ହୃଦୟକୁ ଛୁଇଁ ପାରିଛି ବୋଲି ସେମାନେ କହିଲେ । ବଂଧୁମାନଙ୍କ କଥା ଓ ଅନୁରୋଧ ରକ୍ଷା କରି ଏସବୁକୁ ପ୍ରକାଶ କରିଦେବା ବୁଦ୍ଧିମତ୍ତାର କାର୍ଯ୍ୟ ହେବ ଭାବି ମୁଁ ସେସବୁରୁ କିଛି ଗଳ୍ପ ଚୟନ କରି ପ୍ରକାଶ କରିବାକୁ ସ୍ଥିର କଲି । କିଛିଦିନ ଲାଗିଗଲା କେଉଁ କେଉଁ ଗଳ୍ପଗୁଡ଼ିକୁ ଉପନ୍ୟାସିକା ଶ୍ରେଣୀଭୁକ୍ତ ହୋଇପାରିବ ଭାବିବା ପାଇଁ । ଯାହା ହେଉ ତାହା ବେଶୀ ସମୟ ନେଇ ନଥିଲା, ତା’ ପରେ କେଉଁ ପ୍ରକାଶକଙ୍କୁ ଏହାର ପ୍ରକାଶନର ଦାୟିତ୍ୱ ଦେବି ଭାବିବା ସମୟରେ ଭାଗ୍ୟକୁ ମୋର ବଂଧୁ ଡ. କେ.ସି. ବଳ ‘ବ୍ଲାକ ଈଗଲ ବୁକ୍ସ’ ପ୍ରକାଶନ ସଂସ୍ଥାର ନାମ କହିଲେ ଓ ତାଙ୍କର ଫୋନ୍ ନମ୍ବର ଦେଲେ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ । ଯାହାହେଉ ମୁଁ ଫୋନ୍ କଲି ଏବଂ ମୋ ଭାଗ୍ୟକୁ ଶ୍ରୀ ଅଶୋକ ପରିଡ଼ା ଆନନ୍ଦର ସହିତ ମୋର ଏହି ସଂକଳନଟି ପ୍ରକାଶ କରିବାକୁ ରାଜି ହୋଇଗଲେ । ଏହି ସଂକଳନରେ ସ୍ଥାନିତ ଉପନ୍ୟାସିକାଗୁଡ଼ିକ ବହୁତ ଦିନରୁ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଥିଲା ଏବଂ ପାଠକ ମହଲରେ ଯଥେଷ୍ଟ ଆଦୃତ ହୋଇଥିଲା । ତେଣୁ ମୋର ବିଶ୍ୱାସ ହେଲା ଏଗୁଡ଼ିକ ମଧ୍ୟ କିଛି ନୂତନ ପାଠକପାଠିକାଙ୍କୁ ଆନନ୍ଦ ଦେଇପାରେ । ଏହି ବିଶ୍ୱାସ ଓ ଆଶା ନେଇ ମୁଁ ଏହି ସଂକଳନଟି ପ୍ରକାଶ କରିବାକୁ ସ୍ଥିର କଲି । ଏହାର ପ୍ରଚ୍ଛଦ ଶିଳ୍ପୀ ଚିତ୍ରକାର ଶ୍ରୀ ବଳଦେବ ମହାରଥାଙ୍କୁ ମୋର କୃତଜ୍ଞତା ଜଣାଉଛି ଏବଂ ଅନ୍ତରର ଧନ୍ୟବାଦ ଜ୍ଞାପନ କରୁଛି । ଏହି ପୁସ୍ତକର ନାମ କରଣ ମୋ ବଡ଼ଝିଅ ରୁପାର ଇଚ୍ଛାରେ ହୋଇଛି । ଏହି ବହିଟି ପଢ଼ିସାରି ଯଦି କେହି କିଛି ଆନନ୍ଦ ପାଆନ୍ତି ତେବେ ମୁଁ ଭାବିବି ମୋ ଶ୍ରମ ସାର୍ଥକ ହେଲା ।

Category:

Description

About the Author

ଦୀର୍ଘ ଚାରିଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ନିଜ ଗପରେ ସମାଜର ସମସ୍ୟାକୁ ସାଉଁଟୁଥିବା, ଆଉଟୁଥିବା ଗାଳ୍ପିକା ଇନ୍ଦିରା ଦାଶଙ୍କର ଓଡ଼ିଆ ସାହିତ୍ୟକୁ ଅବଦାନ ଅତୁଳନୀୟ । ସରଳ ହୃଦୟସ୍ପର୍ଶୀ ଭାଷା ଓ ସାମାଜିକ ତ୍ରୁଟି-ବିଚ୍ୟୁତିର ପ୍ରତିଶ୍ରୁତିରେ ପୂର୍ଣ୍ଣ ତାଙ୍କର ଗଳ୍ପ ଓ ଉପନ୍ୟାସଗୁଡ଼ିକ । ଏହି ସଂକଳନଟି ତାଙ୍କର କେତୋଟି ଉପନ୍ୟାସିକାକୁ ନେଇ ପ୍ରସ୍ତୁତ । ତାଙ୍କର ଗଳ୍ପ, ଉପନ୍ୟାସର ଚରିତ୍ରମାନେ ଏତେ ବଳିଷ୍ଠ ଯେ ସେମାନେ ପାଠକମାନଙ୍କୁ ଦୀର୍ଘକାଳ ଧରି ବାନ୍ଧି ରଖିପାରନ୍ତି । ସେ ଗଳ୍ପ, ଉପନ୍ୟାସ ବ୍ୟତୀତ କିଛି ଶିଶୁ ସାହିତ୍ୟ ଭ୍ରମଣ କାହାଣୀ ଓ କବିତା ମଧ୍ୟ ରଚନା କରିଛନ୍ତି । ଲେଖିକା ଦୀର୍ଘ ସମୟ ଧରି ରେଳଜୀବନ ସହିତ ଜଡ଼ିତ ଥିବା ହେତୁ ତାଙ୍କର ଅନେକ ଗଳ୍ପ ରେଳଜୀବନ ଉପରେ ଆଧାରିତ । ଏଯାବତ୍ ତାଙ୍କର ପଚିଶଖଣ୍ଡ ଗଳ୍ପ ସଂକଳନ ଓ ସାତଖଣ୍ଡ ଉପନ୍ୟାସ ପ୍ରକାଶ ପାଇଛି । ତାଙ୍କର ଅନେକ ପୁସ୍ତକ ବଙ୍ଗଳାରେ ଓ ହିନ୍ଦିରେ ଅନୂଦିତ ହୋଇଛି । ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଓଡ଼ିଶା ଲେଖିକା ସଂସଦ ଉପନ୍ୟାସ ସମ୍ମାନ, ଅମୃତାୟନ ଗଳ୍ପ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ଗଳ୍ପ ସମ୍ମାନ, ଗଙ୍ଗାଧର ରଥ ଫାଉଣ୍ଡେସନ୍ ତରଫରୁ ବୀଣାପାଣି ମହାନ୍ତି ଗଳ୍ପ ପୁରସ୍କାର ସହିତ ଆହୁରି ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରିଣୀ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 March 2025
  • Language ‏ : ‎ Oriya
  • Print length ‏ : ‎ 214 pages
  • ISBN-10 ‏ : ‎ 1645606694
  • ISBN-13 ‏ : ‎ 978-1645606697
  • Item Weight ‏ : ‎ 254 g
  • Dimensions ‏ : ‎ 13.97 x 1.24 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email customercare@atlanticbooks.com, Ph 011-47320500
  • Packer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email customercare@atlanticbooks.com, Ph 011-47320500

Indian Edition Also available on:

Additional information

book-author

Language

Odia

select-format

Paperback