Availability: In Stock

Mane Mane

200.00

ଓଡ଼ିଆ ସାହିତ୍ୟକୁ ବୈଷ୍ଣବ ଚରଣଙ୍କ ଶ୍ରେଷ୍ଠ ଅବଦନା ‘ମନେ ମନେ’ ଉପନ୍ୟାସ । ଏହା ୧୯୨୫-୨୬ରେ ରଚିତ ଏବଂ ୧୯୨୭ ମସିହାରେ ମନୋମୋହନ ପ୍ରେସ୍], କଟକରୁ ପ୍ରକାଶିତ । ଉପନ୍ୟାସର ପ୍ରଥମ ଖଣ୍ଡ ‘ମେରା ଭାଇରେ’ ୫ଟି ପରିଚ୍ଛେଦ, ଦ୍ୱିତୀୟ ଖଣ୍ଡ ‘ଠକ’ରେ ୮ଟି ପରିଚ୍ଛେଦ, ତୃତୀୟ ଖଣ୍ଡ ‘ଠକ ଋଣ’ରେ ୬ଟି ପରିଚ୍ଛେଦ ଓ ଚତୁର୍ଥ ଖଣ୍ଡ ‘ମନେ ମନେ’ରେ ୬ଟି ପରିଚ୍ଛେଦ ସ୍ଥାନ ପାଇଛି । ଶେଷ ଖଣ୍ଡର ନାମ ଅନୁଯାୟୀ ଏହାର ନାମକରଣ ରଖାଯାଇଛି । ଉପନ୍ୟାସର ଚରିତ୍ରମାନଙ୍କର ମାନସିକ କ୍ରିୟ-ପ୍ରତିକ୍ରିୟାର ଚମତ୍କାର ଉପସ୍ଥାପନା ଏହାକୁ ପ୍ରଥମ ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସର ମର୍ଯ୍ୟାଦା ପ୍ରଦାନ କରିଛି । ଉପନ୍ୟାସର ଚରିତ୍ର ନୀଳୁ, କନକ, ରଙ୍ଗି ଓ ନିଧିବାବୁଙ୍କ ମନର ଦ୍ୱନ୍ଦ୍ୱ ଉପନ୍ୟାସକୁ ପ୍ରଭାବଶାଳୀ କରିଛି ।

Category:

Description

About the Author

ବୈଷ୍ଣବ ଚରଣ ଦାସ (୧୦ ସେପ୍ଟେମ୍ବର ୧୮୯୯- ୯ ନଭେମ୍ବର ୧୯୫୮): ସେ ଭଦ୍ରକ ସହରର ବାଙ୍କସାହିରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପ୍ୟାରୀମୋହନ ପଟ୍ଟନାୟକ ଓ ମାତାଙ୍କ ନାମ ଶାରଦା ଦେବୀ । ତାଙ୍କୁ ସାନବାପା ଗୌରମୋହନ ପୋଷ୍ୟପୁତ୍ର କରିନେଇଥିଲେ । ସେ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍].ଏ. ଡିଗ୍ରୀ ହାସଲ କରିଥିଲେ । ବୈଷ୍ଣବ ଚରଣ ବିହାର-ଓଡ଼ିଶା ରାଜ୍ୟର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍ ଭାବରେ କଟକରେ ଯୋଗଦେଇଥିଲେ । ପରେ ପଦୋନ୍ନତି ଲାଭ କରି ଆଇ.ଜି. ଦାୟିତ୍ୱ ଗ୍ରହଣ କରିଥିଲେ । ଏ କ୍ଷେତ୍ରରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ପିଲାଦିନରୁ ସଂଗୀତ ପ୍ରତି ତାଙ୍କର ରୁଚି ଥିଲା । ଉତ୍କଳ ନୃତ୍ୟ ସଂଗୀତକଳା, କଳାବିକାଶ କେନ୍ଦ୍ର, ଆକାଶବାଣୀ, କଟକ ଆଦି ଅନୁଷ୍ଠାନ ସହ ସଂପୃକ୍ତ ଥିଲେ । ଆକାଶବାଣୀ ‘ଅଡିସନ୍ ବୋର୍ଡ’ର ସଦସ୍ୟ, ‘କଳାବିକାଶ କେନ୍ଦ୍ର’ର ପ୍ରତିଷ୍ଠାତା ସଦସ୍ୟ, ‘ରେଭେନ୍]ଶା କଲେଜ’ର ପରିଚାଳନା ସମିତିର ସଦସ୍ୟ ଭାବେ ସେ କାର୍ଯ୍ୟ କରିଥିଲେ । ୧୯୧୯ ସେପ୍ଟେମ୍ବର ମାସର ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ତାଙ୍କର ‘ଆଜି’ କବିତା ପ୍ରକାଶ ପାଇଥିଲା । ମୁକୁର, ବାରୁଣୀ, ଡଗର, ଉତ୍କଳ ସାହିତ୍ୟ ଆଦି ପତ୍ରପତ୍ରିକା ତାଙ୍କର ଗଳ୍ପ କବିତାର ପ୍ରକାଶ କ୍ଷେତ୍ର । ‘ସବୁଜ ଗୋଷ୍ଠୀ’ଙ୍କ ଉଦ୍ୟମରେ ଓଡ଼ିଆରେ ଲେଖାଯାଇଥିବା ବାରୋୟାରୀ ଉପନ୍ୟାସ ‘ବାସନ୍ତୀ’ର ୯ ଜଣ ଲେଖକଲେଖିକାଙ୍କ ମଧ୍ୟରେ ସେ ଶେଷ ଅଧ୍ୟାୟର ସ୍ରଷ୍ଟା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 12 July 2023
  • Language ‏ : ‎ Oriya
  • Print length ‏ : ‎ 138 pages
  • ISBN-10 ‏ : ‎ 1645604160
  • ISBN-13 ‏ : ‎ 978-1645604167
  • Item Weight ‏ : ‎ 181 g
  • Dimensions ‏ : ‎ 13.97 x 0.81 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback