Description
About the Author
ଶ୍ରୀ ଅପନ୍ନା ପଣ୍ଡା (୧୮୬୬?-୧୯୩୪) ଆମ ସାହିତ୍ୟ-ଇତିହାସରେ ଏକ ସୁପରିଚିିତ ନାମ। ରାଜ୍ୟର ଅନ୍ୟତମ ସାଂସ୍କୃତିକ ପୀଠ ପାରଳାଖେମଣ୍ଡୀରେ ତାଙ୍କର ଆବିର୍ଭାବ ହୋଇଥିଲା। କିଛିକାଳ ଶିକ୍ଷକ ଭାବରେ ସେ କର୍ମଜୀବନ ଅତିବାହିତ କରିଥିଲେ। ସେ ଥିଲେ ସ୍ୱଦେଶ-ପ୍ରେମୀ, ସଂସ୍କୃତବିତ୍ ଏବଂ ବହୁଶାସ୍ତ୍ରଜ୍ଞ, ପଣ୍ଡିତ ବ୍ୟକ୍ତି। ଶ୍ରୀ ପଦ୍ମନାଭ ନାରାୟଣ ଦେବ ଓ ଶ୍ୟାମସୁନ୍ଦର ରାଜଗୁରୁଙ୍କ ସହିତ ସେ ପୁନା ଜାତୀୟ କଂଗ୍ରେସ ଅଧିବେଶନରେ (୧୮୯୫ ମସିହା) ଓଡ଼ିଶାର ପ୍ରତିନିଧି ଭାବରେ ଯୋଗ ଦେଇଥିଲେ। ‘କଳାବତୀ’ ବ୍ୟତୀତ ସେ ‘କବି ଜୀବନୀ’ (୧୯୩୧), ‘ଛନ୍ଦ ଚନ୍ଦ୍ରିକା’ (୧୯୨୧), ‘ଢଗମାଳିକା ତତ୍ତ୍ୱବୋଧିନୀ’ (୧୯୩୧) ପ୍ରଭୃତି ଗ୍ରନ୍ଥ ରଚନା କରିଛନ୍ତି। ‘ଛନ୍ଦ ଚନ୍ଦ୍ରିକା’ ଓଡ଼ିଆ ଛନ୍ଦ ସଂପର୍କୀୟ ଆଲୋଚନାର ଏକ ପ୍ରାଥମିକ ଗ୍ରନ୍ଥ। ଦକ୍ଷିଣ ଓଡ଼ିଶାରେ ସେତେବେଳେ ଓଡ଼ିଆ ଭାଷା, ଛନ୍ଦ ବା ରାଗରାଗିଣୀ ସଂପର୍କରେ ଯେ ପ୍ରତୁଳ ଆଲୋଚନା- ଚର୍ଚ୍ଚା ଚାଲିଥିଲା, ରଘୁନାଥ ପରିଚ୍ଛା, ଗୋପୀନାଥ ନନ୍ଦ, ଶ୍ୟାମସୁନ୍ଦର ରାଜଗୁରୁ, ଅପନ୍ନା ପଣ୍ଡା ପ୍ରମୁଖଙ୍କର ରଚନାଗୁଡ଼ିକରୁ ତାହାର ପ୍ରମାଣ ମିଳେ। ଶ୍ରୀ ପଣ୍ଡାଙ୍କର ‘ଢଗମାଳିକା ତତ୍ତ୍ୱବୋଧ’ ମଧ୍ୟ ଓଡ଼ିଆ ଢଗଢମାଳୀ, ପ୍ରବଚନାଦି ସଂଗ୍ରହ ଓ ସଂକଳନ କ୍ଷେତ୍ରରେ ଏକ ପ୍ରାଥମିକ ଉଦ୍ୟମ। ଏଥିରେ ପ୍ରତ୍ୟେକ ଢଗକୁ ସାନ ସାନ ଗଳ୍ପ ବା ଉପାଖ୍ୟାନ ସାହାଯ୍ୟରେ ବ୍ୟାଖ୍ୟା କରିଯାଇଛି। ୧୯୦୫ ମସିହା ସୁଦ୍ଧା ଶ୍ରୀ ପଣ୍ଡା ଢଗଗୁଡ଼ିକର ସଂଗ୍ରହ ଓ ସଂକଳନ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ, ଅସୁବିଧାବଶତଃ ୧୯୩୦ ମସିହା ପର୍ଯ୍ୟନ୍ତ ଗ୍ରନ୍ଥ ପ୍ରକାଶ ପାଇ ପାର ନଥିଲା।
Product details
- Publisher : Black Eagle Books
- Publication date : 19 December 2025
- Language : Oriya
- Print length : 84 pages
- ISBN-10 : 1645608093
- ISBN-13 : 978-1645608097
- Item Weight : 109 g
- Dimensions : 13.97 x 0.51 x 21.59 cm
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





