Availability: In Stock

Binapani Mohantynka Srusti O Drusti

Author: Rebati Muduli

340.00

ବୀଣାପାଣି ମହାନ୍ତିଙ୍କ ମତରେ ସାହିତ୍ୟ ଅନ୍ତଃକରଣରୁ ସୃଷ୍ଟି । ୧୯୫୫ ମସିହାରେ ‘ତନ୍ଦ୍ରାହତ’ କବିତାରୁ ତାଙ୍କ ସାହିତ୍ୟଯାତ୍ରାର ଆରମ୍ଭ । ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ତାଙ୍କ ସାରସ୍ୱତ ଜୀବନ ଭାରତୀୟ ପାଠକ ତଥା ଅସଂଖ୍ୟ ନାରୀମାନଙ୍କପାଇଁ ଅଦମ୍ୟ ପ୍ରେରଣାର ଉତ୍ସ ପାଲଟିଛି । ଓଡ଼ିଶାରେ ଓଡ଼ିଆ ଲେଖିକା ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଷାଠିଏ ଦଶକରୁ ଊର୍ଦ୍ଧ୍ୱ ତାଙ୍କ ସାହିତ୍ୟିକ ଯାତ୍ରା ଏତେ ସହଜ ନ ଥିଲା । ରକ୍ଷଣଶୀଳ ସମାଜର ରୁଢ଼ିବାଦୀ – ତିର୍ଯ୍ୟକ୍ ଦୃଷ୍ଟିପ୍ରତି ଭୟଭୀତ ନ ହୋଇ ସେ ସ୍ୱଚ୍ଛନ୍ଦ ଭାବରେ ସମାଜର ଅନ୍ତର୍ନିହିତ ବିକୃତି, ଅସଂଗତି ତଥା ବାସ୍ତବତାକୁ ନିଜ ଗଳ୍ପସାହିତ୍ୟରେ ଚିତ୍ରିତ କରିଛନ୍ତି । ନିଜର ଶକ୍ତିଶାଳୀ ଲେଖନୀ ଚାଳନାଦ୍ୱାରା ତାଙ୍କର ମୌନ ବିଦ୍ରୋହ ରକ୍ଷଣଶୀଳ ସମାଜ ପାଇଁ ଥିଲା ନମ୍ର ସାରସ୍ୱତ ପ୍ରତିବାଦ । ବିଶିଷ୍ଟ ସାହିତ୍ୟିକ ଅନନ୍ତ ପଟ୍ଟନାୟକ, ଗୌରଚନ୍ଦ୍ର ପଟ୍ଟନାୟକ, ବ୍ରହ୍ମୋତ୍ରୀ ମହାନ୍ତିଙ୍କ ପ୍ରଗତିବାଦୀ ଅନୁଚିନ୍ତା ତାଙ୍କ ସାହିତ୍ୟର ନାରୀବାଦୀ ବିଚାରକୁ ଶକ୍ତି ଯୋଗାଇଥିଲା । ନାରୀର ସମସ୍ୟା, ସଂଗ୍ରାମ, ଯନ୍ତ୍ରଣାର ସେ ପ୍ରତିନିଧିତ୍ୱ କରିଛନ୍ତି । ଜୀବନାନୁଭୂତି ସହିତ ବ୍ୟକ୍ତିକ ଅଭିଜ୍ଞତା ହିଁ ତାଙ୍କ ଲେଖନୀର ସାମର୍ଥ୍ୟ । ଓଡ଼ିଆ ଅସ୍ମିତାର ସେ ଥିଲେ ସଚେତନ ଧାତ୍ରୀ । ସେଥିପାଇଁ ସାମାଜିକ, ସାଂସ୍କୃତିକ ପରିବର୍ତ୍ତନର ସ୍ୱର ତାଙ୍କ ସୃଷ୍ଟି ମଧ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ପରିଲକ୍ଷିତ ହୁଏ ।

ଅଧ୍ୟାପିକା ରେବତୀ ମୁଦୁଲି ବୀଣାପାଣି ମହାନ୍ତିଙ୍କ ସାରସ୍ୱତ ସାଧନାର ବିବିଧ ବୈଚିତ୍ର]୍ୟବିମଣ୍ଡିତ ରୂପକୁ ଖୁବ୍ କଳାତ୍ମକ ଶୈଳୀରେ ମୂଲ୍ୟାୟନ କରିଛନ୍ତି । ବୀଣାପାଣି ମହାନ୍ତିଙ୍କ ସୃଷ୍ଟିସମଗ୍ରର ଆଲୋଚନା ମଧ୍ୟଦେଇ ତାଙ୍କ ବ୍ୟକ୍ତିତ୍ୱର ଅନେକ ମହନୀୟ ଦିଗକୁ ଆକଳନ କରିବାରେ ସେ ସଫଳ ହୋଇଛନ୍ତି । ଷାଠିଏତ୍ତୋର ଓଡ଼ିଆ ସାହିତ୍ୟର କଥାବସ୍ତୁ ଓ ଶୈଳୀଗତ ରୂପକୁ ସ୍ୱତନ୍ତ୍ର କରି ଗଢ଼ି ତୋଳିବାରେ ମହାନ୍ ଲେଖିକା ବୀଣାପାଣି ମହାନ୍ତିଙ୍କ ଅବଦାନ ସଂପର୍କରେ ଡକ୍ଟର ରେବତୀ ମୁଦୁଲିଙ୍କ ଅଧ୍ୟୟନ, ଅନୁଶୀଳନ ଓ ମୂଲ୍ୟାୟନ ବେଶ୍ ଅଭିନନ୍ଦନୀୟ ।

Categories: ,

Description

About the Author

ରେବତୀ ମୁଦୁଲି କଟକ ଜିଲ୍ଲାର ନିଆଳୀ ନିକଟବର୍ତ୍ତୀ କଣ୍ଟାପଡା ଗ୍ରାମରେ ୧୯୮୦ ମସିହା ଫେବୃଆରୀ ୨ ତାରିଖ ଦିନ ପିତା ଧଡ଼େଶ୍ୱର ମୁଦୁଲି ଓ ମାତା କନକଲତା ମୁଦୁଲିଙ୍କ କୋଳମଣ୍ଡନ କରିଥିଲେ । ଅଡଶପୁରର ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରୁ ସ୍ନାତକ, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ କଳାବିଭୂଷଣ (ପିଏଚ୍].ଡି) ଉପାଧି ଲାଭ କରିଛନ୍ତି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.) ଦ୍ୱାରା ପରିଚାଳିତ ଜାତୀୟ ଦକ୍ଷତାମୂଳକ ପରୀକ୍ଷା (ନେଟ୍])ରେ କୃତକାର୍ଯ୍ୟ ହୋଇଛନ୍ତି । ୨୦୧୬ ମସିହାରେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍].ଏସ୍].ବି.)ଦ୍ୱାରା ଅଧ୍ୟାପିକା ଭାବେ ନିଯୁକ୍ତି ପାଇ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଅଳକା ମହାବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ କାର୍ଯ୍ୟରତ ଅଛନ୍ତି । ଜଣେ ବିଶିଷ୍ଟ ଗବେଷିକା ଭାବରେ ତାଙ୍କର ଗବେଷଣାଧର୍ମୀ ପ୍ରବନ୍ଧଗୁଡ଼ିକ ଇସ୍ତାହାର, ସୃଜନସ୍ୱପ୍ନ, ନିର୍ବାଣ ପ୍ରଭୃତି ଓଡ଼ିଶାର ସୁପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶ ପାଇଛି । ‘ବୀଣାପାଣି ମହାନ୍ତିଙ୍କ ସୃଷ୍ଟି ଓ ଦୃଷ୍ଟି\’ ଏକ ପାଠୋପଯୋଗୀ ଗବେଷଣା ଗ୍ରନ୍ଥ । ଏହି ସୃଷ୍ଟିଟି ଛାତ୍ର-ଛାତ୍ରୀ, ଗବେଷକ-ଗବେଷିକା ଓ ବୀଣାପାଣିପ୍ରେମୀ ବିଦଗ୍ଧ ପାଠକ-ପାଠିକାମାନଙ୍କଦ୍ୱାରା ଆଦୃତ ହେବ ବୋଲି ଆମର ବିଶ୍ୱାସ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 4 February 2024
  • Language ‏ : ‎ Oriya
  • Print length ‏ : ‎ 266 pages
  • ISBN-10 ‏ : ‎ 1645605035
  • ISBN-13 ‏ : ‎ 978-1645605034
  • Item Weight ‏ : ‎ 340 g
  • Dimensions ‏ : ‎ 13.97 x 1.52 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback