Availability: In Stock

Bhala Galpa: Bhumi O Bhumika

250.00

ଭଲ ଗଳ୍ପ ଭୂମି ଓ ଭୂମିକା’ ବହିଟିର ପରିକଳ୍ପନା ଅନେକ ଦିନର । ୧୯୮୮ରେ ‘ସମ୍ବାଦ’ର ସାହିତ୍ୟ ପୃଷ୍ଠା ସଂଯୋଜନା କରୁଥିବା ବେଳେ, ମଝିରେ ମଝିରେ ସେଥିରେ ନୂଆ ନୂଆ ଫିଚର୍ ଉପସ୍ଥାପନ କରିବା ଲାଗି ଚେଷ୍ଟା କରୁଥାଏ । ତା ଭିତରୁ ଗୋଟିଏ ଥିଲା ‘ଭଲ ଗପ କହିଲେ ଆପଣ କ’ଣ ବୁଝନ୍ତି’ ବିତର୍କ । ଏ ପ୍ରଶ୍ନଟି ସର୍ଜନଶୀଳ ଲେଖକଲେଖିକାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯେତେବେଳେ ବି ମୁଁ କ୍ଷୁଦ୍ରଗଳ୍ପର ଭୂମିକା ବା ପରିଭାଷା ସମ୍ପର୍କରେ ଯାହା କିଛି ପଢ଼ିଛି ସେତେବେଳେ କୌଣସି ଇଂରେଜୀ କିମ୍ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି ପଢ଼ିବାକୁ ପାଇଛି । ଓଡ଼ିଆ ସାହିତ୍ୟର ଶ୍ରେଣୀକକ୍ଷରେ ମଧ୍ୟ ସେହି ଅବସ୍ଥା । ଏକଥା ଦେଖିଲାବେଳେ ମନରେ ପ୍ରଶ୍ନ ଉଠିଛି, ଓଡ଼ିଶାର ଛାତ୍ରଛାତ୍ରୀ, ପାଠକପାଠିକା କଣ ସବୁବେଳେ ଇଂରେଜୀ, ହିନ୍ଦୀ ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି (ତାହା ପୁଣି କୋଉ କାଳର) ପଢୁଥିବେ, ନିଜ ଭାଷା ସାହିତ୍ୟର ରଥୀ ମହାରଥୀଙ୍କ ମତ, ମନ୍ତବ୍ୟ ପଢ଼ିବେ ନାହିଁ! ମୋ ପାଇଁ ଆନନ୍ଦର କଥା ଯେ, ବହୁ ବିଶିଷ୍ଟ ଲେଖକ ସେତେବେଳେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ଏହି ବିତର୍କଟି ନିୟମିତ ଭାବେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା ।

ଏଇ କିଛି ବର୍ଷ ତଳେ ମୋର କେତେଜଣ ଲେଖକ ବନ୍ଧୁ, ପୁରୁଣା ଖବରକାଗଜ ପୃଷ୍ଠାର ସେହି ଲେଖାଗୁଡ଼ିକୁ ଏକତ୍ର କରି ଖଣ୍ଡିଏ ବହି ରୂପରେ ପ୍ରକାଶ କରିବା ଲାଗି ପରାମର୍ଶ ଦେଲେ । ମାତ୍ର ବହିଟିଏ ହେବା ପାଇଁ ଯେତିକି ଲେଖା ରହିବା ଦରକାର ସେତିକି ହାତରେ ନ ଥିଲା । ପୁଣି ଅନେକ ବଡ଼ ବଡ଼ ଲେଖକ ସେତେବେଳେ ଏହି ବିତର୍କରେ ଭାଗ ନେଇ ନ ଥିଲେ । ସେମାନଙ୍କୁ ଛାଡ଼ି ଗଲେ ବହିଟି ଅସମ୍ପୂର୍ଣ୍ଣ ମନେହେବ । ଏସବୁ କଥା ଚିନ୍ତାକରି, ସେତେବେଳେ ବିତର୍କରେ ଭାଗ ନେଇ ନ ଥିବା ଲେଖକମାନଙ୍କୁ ଚିଠି ଲେଖି ଅନୁରୋଧ କଲି । ମୋର ଅନୁରୋଧ ରକ୍ଷା କରି କେତେଜଣ ଲେଖକ ସହଯୋଗ କରିଛନ୍ତି ଓ ପଚାଶ ଜଣ ଲେଖକଙ୍କର ମତ-ମନ୍ତବ୍ୟକୁ ନେଇ ଏହି ବହିଟି ପ୍ରକାଶ ପାଉଛି ।

Categories: ,

Description

About the Author

ଗଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ଡକ୍ଟର ଗୌରହରି ଦାସ (୧୯୬୦) ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ପ୍ରଖର ଶିଳ୍ପୀ । ଅଠରଟି ଗଳ୍ପଗ୍ରନ୍ଥ ଓ ସାତଟି ଉପନ୍ୟାସ ସହ ପ୍ରାୟ ସତୁରି ଖଣ୍ଡ ପୁସ୍ତକ ଏହାର ନିଦର୍ଶନ । ଗଳ୍ପ-ଉପନ୍ୟାସ ଭିନ୍ନ ନାଟକ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ, ଅନୁବାଦ, ସ୍ମୃତିକଥା ପରି ସାହିତ୍ୟର ସବୁ ବିଭାଗରେ କଲମ ଚାଳନା କରି ପ୍ରସିଦ୍ଧି ଅର୍ଜନ କରିଥିବା ଗୌରହରିଙ୍କ ବୈଶିଷ୍ଟ୍ୟ ହେଲା ବିବିଧବର୍ଣ୍ଣା କଥାଭୂମି ଏବଂ ବିଶ୍ୱସନୀୟ ଚରିତ୍ର ସମାବେଶ । ‘ଜୀବନର ଜଳଛବି’ ଗୌରହରିଙ୍କ ଏକ ଲୋକପ୍ରିୟ ସ୍ତମ୍ଭ ଯହିଁରେ ସାଧାରଣ ଜନଜୀବନର କଥା ରୂପ ପାଇଥାଏ । ସର୍ଜନଶୀଳ ସାହିତ୍ୟ ଭିନ୍ନ ଡକ୍ଟର ଗୌରହରି ଦାସଙ୍କର ‘କଥାବାର୍ତ୍ତା’, ‘କାହାର ଓଡ଼ିଶା’, ‘କଥା ସରିନାହିଁ’ ଏବଂ ‘ଆଉ କିଛି କଥା’ ପରି ଅନେକ ପ୍ରବନ୍ଧ ସଂକଳନ ରହିଛିି । ସେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ ସଂପର୍କରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଲାଭ କରିଛନ୍ତି । ‘ଭଲ ଗଳ୍ପ ଭୂମି ଓ ଭୂମିକା’ ପଚାଶ ଜଣ ଗଳ୍ପ ଲେଖକଙ୍କର କ୍ଷୁଦ୍ରଗଳ୍ପ ସମ୍ବନ୍ଧୀୟ ମନନଶୀଳ ଆଲୋଚନାର ଏକ ଉଲ୍ଲେଖନୀୟ ସଂକଳନ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 29 May 2023
  • Language ‏ : ‎ Oriya
  • Print length ‏ : ‎ 186 pages
  • ISBN-10 ‏ : ‎ 1645604012
  • ISBN-13 ‏ : ‎ 978-1645604013
  • Item Weight ‏ : ‎ 240 g
  • Dimensions ‏ : ‎ 13.97 x 1.09 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback