Availability: In Stock

Dui Dunia Majhire, Prachya O Paschatya

300.00

ଦୁଇ ଦୁନିଆ ମଝିରେ ସମସାମୟିକ ଜଣେ ଭାରତୀୟ ପ୍ରଖ୍ୟାତ ଦାର୍ଶନିକଙ୍କ ଦ୍ୱାରା ଲିଖିତ ଏକ ଚିତ୍ତାକର୍ଷକ ଆତ୍ମଜୀବନୀ । ଏହି ପୁସ୍ତକରେ ଦାର୍ଶନିକ ଶ୍ରୀ ଜିତେନ୍ଦ୍ରନାଥ ମହାନ୍ତି କଟକ ସହରରେ ତାଙ୍କର ବାଲ୍ୟଜୀବନ ସ୍ମୃତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଭାରତ, ଜର୍ମାନୀ ଏବଂ ଆମେରିକାରେ ନିଜର ଦାର୍ଶନିକ ଯାତ୍ରାକୁ ବେଶ୍ ମନୋଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ବିଶ୍ୱ ଅଭିଯାନ କେବଳ ଆକ୍ଷରିକ ଭାବରେ ନୁହେଁ, ବରଂ ତାତ୍ତ୍ୱିକ ଦୃଷ୍ଟିରୁ ‘ପ୍ରାଚ୍ୟ ଜଗତରୁ ପାଶ୍ଚାତ୍ୟ ଦୁନିଆ’କୁ ଏକ ପ୍ରଜ୍ଞାଯାତ୍ରା ବୋଲି କୁହାଯାଇପାରେ ଯାହାକୁ ସେ ତାଙ୍କର ଅନନ୍ୟ ବର୍ଣ୍ଣନା ଚାତୁରୀରେ କେତେବେଳେ ମହାନ ଭାରତୀୟ ଓ ପାଶ୍ଚାତ୍ୟ ଦାର୍ଶନିକ ପରମ୍ପରା ମଧ୍ୟରେ ସଙ୍ଗମ ତ ଆଉ କେତେବେଳେ ସଂଘାତ ଭାବେ ବଖାଣିଛନ୍ତି । ଏହି ପୁସ୍ତକରେ ସେ ଜନ୍ମମାଟି ଓଡ଼ିଶାର ଏକ ଅଖ୍ୟାତ ଗାଆଁରେ ନିଜର ଚେରକୁ ଖୋଜିଛନ୍ତି, କଲିକତା ଓ ଗେଟିଂଗେନ୍ (ଜର୍ମାନୀ) କିଭଳି ତାଙ୍କର ମନ ଓ ଚିନ୍ତନକୁ ଗଢ଼ିବାରେ ସହାୟକ ହୋଇଥିଲା ତାହା ବଖାଣିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ପାଶ୍ଚାତ୍ୟ ସାମାଜିକ ଓ ରାଜନୈତିକ ଭାବଧାରା ତଥା ଗାନ୍ଧିବାଦୀ ଚିନ୍ତାଧାରାକୁ ବୁଝିବା ଓ ତାହାକୁ ଆତ୍ମସ୍ଥ କରିବା ଅବସରରେ ଶ୍ରୀ ମହାନ୍ତି ନିଜ ସଂସ୍କୃତିକୁ ତନ୍ନତନ୍ନ କରି ତର୍ଜମା ଓ ମୂଲ୍ୟାୟନ କରିଛନ୍ତି । ଏହା ତାଙ୍କୁ ସୂକ୍ଷ୍ମ ଭାବରେ ଚେତାଇ ଦେଇଛି ଯେ ପାଶ୍ଚାତ୍ୟ ୟୁରୋପୀୟ ଏବଂ ଭାରତୀୟ ଚିନ୍ତନ ପରସ୍ପରକୁ ପରିମାର୍ଜିତ ଏବଂ ସହଯୋଗ କରୁଛନ୍ତି ।

ଜଣେ ଦାର୍ଶନିକ ଭାବରେ ନିଜ ଜୀବନ ଓ କର୍ମକୁ ଟିକିନିଖି ଭାବରେ ବର୍ଣ୍ଣନା କରିବା ଅବସରରେ ଶ୍ରୀ ମହାନ୍ତି କେତେକ ପ୍ରଖ୍ୟାତ ଭାରତୀୟ ଓ ପାଶ୍ଚାତ୍ୟ ଦାର୍ଶନିକଙ୍କ ଉପରେ ଆଲୋକପାତ କରିଛନ୍ତି ଏବଂ ସେମାନଙ୍କ କଥା ସ୍ମରଣ କରିଛନ୍ତି । ଶ୍ରୀ ମହାନ୍ତିଙ୍କ ଜୀବନ ଓ କର୍ମ ସମ୍ପର୍କରେ ଆଗ୍ରହୀ ଦର୍ଶନ ଶାସ୍ତ୍ରର ଛାତ୍ରଛାତ୍ରୀ ଓ ଗବେଷକ ତଥା ସାଧାରଣ ପାଠକମାନେ ଏହି ଆତ୍ମଜୀବନୀରେ ଏକ ପ୍ରଗାଢ଼ ଚିନ୍ତାଶୀଳ ଓ କର୍ମମୟ ଜୀବନର ବର୍ଣ୍ଣନା ପାଇବେ ଯାହା ଅତୀବ ହୃଦୟସ୍ପର୍ଶୀ ଓ ମୁଗ୍ଧକର ।

Description

Review

ବିଖ୍ୟାତ ଦାର୍ଶନିକ ଜିତେନ୍ଦ୍ରନାଥ ମହାନ୍ତି କହିଥିବା କଥା ‘ଅପୂର୍ଣ୍ଣତା ଭିତରେ ହିଁ ଜୀବନ ପରିପୂର୍ଣ୍ଣ’ ତାଙ୍କର ଏହି ଆତ୍ମଜୀବନୀ ‘ଦୁଇ ଦୁନିଆ ମଝିରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ’ ବହିଟି ପାଇଁ ପ୍ରଯୋଜ୍ୟ । ଏ ବହି ଜଣେ ଅସାଧାରଣ ମଣିଷର ଜୀବନ କାହାଣୀ, ଯାହା ଅତ୍ୟନ୍ତ ସାଧାରଣ ଭଙ୍ଗୀରେ ରଚନା କରାଯାଇଛି । ଜୀବନ ରହସ୍ୟର ଭାଷ୍ୟକାର ପ୍ରଫେସର ମହାନ୍ତିଙ୍କର ଏହି ଆତ୍ମଜୀବନୀଟିକୁ ଓଡ଼ିଆରେ ଅନୁବାଦ କରି ଦକ୍ଷ ଓ ନିପୁଣ ଅନୁବାଦକ ସୁଭାଷ ଚନ୍ଦ୍ର ଶତପଥୀ ଏକ ଜାତୀୟ କର୍ତ୍ତବ୍ୟ ସଂପାଦନ କରିଛନ୍ତି; କାରଣ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଏହି ବିଶ୍ୱପ୍ରସିଦ୍ଧ ଦାର୍ଶନିକ ଯିଏ ମାତ୍ର ୩୯ ବର୍ଷ ବୟସରେ, ଏକଦା ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ମଣ୍ଡନ କରିଥିବା କଲିକତା ବିଶ୍ୱବିଦ୍ୟାଳୟର କିଙ୍ଗ୍ ଜର୍ଜ୍ଜ ପ୍ରଫେସର ପଦବୀରେ ଅଧିଷ୍ଠିତ ହୋଇଥିଲେ, ତାଙ୍କ ସମ୍ବନ୍ଧରେ ଓଡ଼ିଶା ରାଜ୍ୟର ଅଧିକାଂଶ ଅଧିବାସୀ ବିଶେଷ ଜାଣନ୍ତି ନାହିଁ ।

-ଗୌରହରି ଦାସ, ସାହିତ୍ୟ ଏକାଡେମୀପ୍ରାପ୍ତ ବରିଷ୍ଠ ସାହିତ୍ୟକାର

‘ଦୁଇ ଦୁନିଆ ମଝିରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ’ ଏକ ଅତି ଉପାଦେୟ ଓ ଉପଭୋଗ୍ୟ ପୁସ୍ତକ । ଏହା ବିଶ୍ୱପ୍ରସିଦ୍ଧ ଦାର୍ଶନିକ, ଶିକ୍ଷାବିତ୍ ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତିଙ୍କ ଦ୍ୱାରା ଇଂରାଜୀରେ ରଚିତ ଆତ୍ମଜୀବନୀ । ଯଦି ଶ୍ରୀ ପ୍ରଫେସର ମହାନ୍ତଙ୍କ ଏହି ଗ୍ରନ୍ଥଟି ଆତ୍ମଜୀବନୀ କିପରି ଲେଖାଯିବାକୁ ହୁଏ ତାହାର ଏକ ଉଦାହରଣ, ତେବେ ଶ୍ରୀ ଶତପଥୀଙ୍କ ଓଡ଼ିଆ ରୂପାନ୍ତର ଗୋଟିଏ ଅତି ଉଚ୍ଚକୋଟୀର ଜଟିଳ ପୁସ୍ତକକୁ କିପରି ସୁନ୍ଦର ଓ ସାବଲୀଳ ଭାବରେ ଅନୁବାଦ କରିବାକୁ ହୁଏ ତାହାର ଏକ ବିରଳ ନମୁନା । ଏହି ବହିଟିକୁ ପଢ଼ିଲେ ଲାଗେ ସତେ ଯେପରି ମୂଳତଃ ଏହା ଓଡ଼ିଆରେ ଲେଖାଯାଇଛି । ଏହା କେବଳ ଓଡ଼ିଆ ପାଠକମାନଙ୍କ ସକାଶେ ଏକ ସୁନ୍ଦର ଉପହାର ନୁହେଁ, ଓଡ଼ିଆ ଅନୁବାଦ ସାହିତ୍ୟକୁ ମଧ୍ୟ ଏକ ବଳିଷ୍ଠ ଅବଦାନ ।

– ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ମହାନ୍ତି, ପ୍ରାକ୍ତନ ଇଂରାଜୀ ପ୍ରଫେସର, ଆଇଆଇଟି, କାନପୁର

About the Author

ଜିତେନ୍ଦ୍ର ନାଥ ମହାନ୍ତି ( ୨୬ ସେପ୍ଟେମ୍ବର ୧୯୨୮- ୭ ମାର୍ଚ୍ଚ ୨୦୨୩) ଜଣେ ଭାରତୀୟ ଦାର୍ଶନିକ ଏବଂ ବିଶିଷ୍ଟ ପ୍ରଫେସର । ୧୯୨୮ ମସିହାରେ କଟକଠାରେ ତାଙ୍କର ଜନ୍ମ । କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ଏମ.ଏ. ପାସ୍ କରିବା ପରେ ସେ ୧୯୫୪ ମସିହାରେ ଗଟିଂଜେନ୍ ବିଶ୍ୱବିଦ୍ୟାଳୟରୁ ପିଏଚ.ଡ଼ି. ଅର୍ଜନ କରିଥିଲେ । ଆମେରିକାର ଓକଲାହୋମା ବିଶ୍ୱବିଦ୍ୟାଳୟକୁ ଆସିବା ପୂର୍ବରୁ ସେ ଭାରତରେ ବର୍ଦ୍ଧମାନ ଓ କଲିକତା ବିଶ୍ୱବିଦ୍ୟାଳୟରେ କିଛି ବର୍ଷ ଅଧ୍ୟାପନା କରିଥିଲେ । ଆମେରିକାର ଓକଲାହୋମା ବିଶ୍ୱବିଦ୍ୟାଳୟ ସମେତ ସେ ନିଉ ସ୍କୁଲ ଫର୍ ସୋସିଆଲ ରିସର୍ଚ୍ଚ ଏବଂ ଶେଷରେ ଟେମ୍ପଲ୍ ବିଶ୍ୱବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଅଧ୍ୟାପନା କରିଥିଲେ । ଉଭୟ ଭାରତୀୟ ଏବଂ ଜର୍ମାନ ଦର୍ଶନରେ ସେ ଜଣେ ବିଶିଷ୍ଟ ବିଦ୍ୱାନ୍ ଭାବରେ ପରିଗଣିତ । ଦର୍ଶନଶାସ୍ତ୍ରର ବିଭିନ୍ନ କ୍ଷେତ୍ରରେ ସେ କୋଡ଼ିଏ ଖଣ୍ଡରୁ ଅଧିକ ଅତି ଉପାଦେୟ ପୁସ୍ତକ ରଚନା କରିବା ସହିତ ଅନେକ ଗବେଷଣାତ୍ମକ ନିବନ୍ଧ ରଚନା କରିଛନ୍ତି । ୨୦୧୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡି.ଲିଟ୍ ଉପାଧି ଏବଂ ୨୦୧୭ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍ ଉପାଧିରେ ଭୂଷିତ କରାଯାଇଥିଲା । ଭାରତୀୟ ଦର୍ଶନ କଂଗ୍ରେସର ସେ ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ । ୨୦୨୩ ମସିହା ମାର୍ଚ୍ଚ ୭ ତାରିଖ ଦିନ ଆମେରିକାର ପେନିସିଲଭେନିଆ, ଫିଲାଡେଲଫିଆଠାରେ ୯୫ ବର୍ଷ ବୟସରେ ଏହି ବିଶିଷ୍ଟ ବିଦ୍ୱାନ୍]ଙ୍କର ପରଲୋକ ଘଟିଥିଲା ।

ସୁଭାଷ ଚନ୍ଦ୍ର ଶତପଥୀ (୧୯୬୩) ଜଣେ ଅନୁବାଦକ, ଗାଳ୍ପିକ, ସମ୍ପାଦକ ଓ ସାମ୍ବାଦିକ । ସେ ଦେଶ ବିଦେଶର ଅନେକ ସାହିତ୍ୟକୃତିକୁ ଓଡ଼ିଆରେ ଏବଂ ଓଡ଼ିଆ ଗଳ୍ପ, ଉପନ୍ୟାସ ଓ ଜୀବନୀକୁ ଇଂରାଜୀରେ ଅନୁବାଦ କରିଛନ୍ତି । ଅନୁବାଦ ସାହିତ୍ୟ ପାଇଁ ୨୦୧୪ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ଏବଂ ଉତ୍କଳ ସାହିତ୍ୟ ସମାଜ, କାଦମ୍ବିନୀ, ତୀରତରଙ୍ଗ ଭଳି ସାହିତ୍ୟ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 28 May 2024
  • Language ‏ : ‎ Oriya
  • Print length ‏ : ‎ 280 pages
  • ISBN-10 ‏ : ‎ 1645600866
  • ISBN-13 ‏ : ‎ 978-1645600862
  • Item Weight ‏ : ‎ 358 g
  • Dimensions ‏ : ‎ 13.97 x 1.6 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback

Translator

Suvash Satpathy