Description
About the Author
ଡକ୍ଟର ତପନ କୁମାର ପଣ୍ଡା ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଭାରତରେ ଜଣେ ଜଣାଶୁଣା ପ୍ରାଧ୍ୟାପକ । ସେ ଏକାଧାରରେ କବି, ଗାଳ୍ପିକ ଓ ଅନୁବାଦକ । ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସେ ଭାରତର ପ୍ରମୁଖ ଅନୁଷ୍ଠାନ ଭାରତୀୟ ପ୍ରବନ୍ଧ ସଂସ୍ଥାନରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖୁଥିବା ଡ. ପଣ୍ଡା ପ୍ରମୁଖ ଭାରତୀୟ ଓ ବହୁଦେଶୀୟ କମ୍ପାନୀମାନଙ୍କ ପାଇଁ ବହୁ ବିଜ୍ଞାପନ ଲେଖିବା ସହ ତାଙ୍କର ପଚିଶଟି ବହି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଜଣେ ସଫଳ ଅନୁବାଦକ ଭାବରେ ସେ ୭ଟି ଓଡ଼ିଆ ଗଳ୍ପ ଓ ଉପନ୍ୟାସ ପୁସ୍ତକକୁ ଇଂରାଜୀରେ ଅନୁବାଦ କରିଛନ୍ତି । ‘ଦି ନକ୍ସଲାଇଟ୍ ଏଣ୍ଡ ଅଦର୍ ଷ୍ଟୋରିଜ୍]’ ଗଳ୍ପ ସଂକଳନ ସମେତ ତାଙ୍କର ଦୁଇଟି ମୌଳିକ ଗଳ୍ପ ପୁସ୍ତକ ଓ ଦୁଇଟି ମୌଳିକ କବିତା ପୁସ୍ତକ ରହିଛି । ସମ୍ପ୍ରତି ପୁଣେ ସ୍ଥିତ ଏମ୍]ଆଇଟି ବିଶ୍ୱଶାନ୍ତି ବିଶ୍ୱ ବିଦ୍ୟାଳୟରେ ଉପକୁଳଗୁରୁ ହିସାବରେ କାର୍ଯ୍ୟରତ ଡ. ପଣ୍ଡା ତପସ୍ୟା ଫାଉଣ୍ଡେସନ୍]ର ପ୍ରତିଷ୍ଠାତା । ସେ ରାଜ୍ୟ ତଥା ଜାତୀୟ ସ୍ତରର ଖବରକାଗଜରେ ବଜାର, ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧୀୟ ଅନେକ ସ୍ତମ୍ଭ ଲେଖିବା ସହ ବିଭିନ୍ନ ଟେଲିଭିଜନ ଚ୍ୟାନେଲର ଆଲୋଚନାରେ ଭାଗ ନିଅନ୍ତି । ‘ବଜାର ଯୁଦ୍ଧ’ ସ୍ତମ୍ଭ ଶୀର୍ଷକରେ ତାଙ୍କର ପ୍ରକାଶିତ ଅନେକ ଆଲେଖ୍ୟମାନଙ୍କ ମଧ୍ୟରୁ ବଛା ବଛା ଲେଖାମାନଙ୍କୁ ନେଇ ଏହି ସଂକଳନଟି ପ୍ରକାଶିତ ହେଉଛି ।
Product details
- Publisher : Black Eagle Books
- Publication date : 31 August 2023
- Language : Oriya
- Print length : 166 pages
- ISBN-10 : 1645604217
- ISBN-13 : 978-1645604211
- Item Weight : 218 g
- Dimensions : 13.97 x 0.97 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027
Indian Edition Also available on: